ଯାଜପୁର (ରତ୍ନଗିରି ନ୍ୟୁଜ) : ଜିଲ୍ଲାରେ ପ୍ରଥମଥର ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ମେଘ ଉତ୍ସବ ।
ଦୁଇଦିନ ବ୍ୟାପି ଏହି ଉତ୍ସବ ଗତ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି l ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବର୍ଷା ପ୍ରକୃତିକୁ ଛୁଇଁଲେ ସମସ୍ତଙ୍କୁ ଖୁସି ଦେଇଥାଏ। ବର୍ଷା ଆସିଲେ ସାଥିରେ ଅନେକ୍ ପର୍ବପର୍ବାଣି ନେଇ ଆସିଥାଏ। ତେଣୁ ମେଘ ଉତ୍ସବ ଯାଜପୁର କଳାକୁ ବିକାଶମୁଖୀ କରିବ ବୋଲି ଏଥିରେ ସନ୍ଦେହ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଶାସନ ସଚିବ ମଧୁସୁଦନ ମିଶ୍ର, ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ ପ୍ରମୁଖ ଯୋଗ ଦେଇ ଯାଜପୁର କଳାର ସହର, ତେଣୁ ଯାଜପୁରର କଳାକୁ ବିକାଶ କରିବା ସହ ପୁରା ଓଡିଶାର କଳା ଯାଜପୁର ଦେଖିବା ଉଦେଶ୍ୟରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା କହିଥିଲେ l
ଉକ୍ତ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ଭଵ ପ୍ରସାଦ ଦାସ ଯୋଗ ଦେଇ ବିଭାଗର ଏପରି ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଯାଜପୁରରେ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ କରି ଯାଜପୁର ପରି କଳାମାଟିକୁ ଆହୁରି ପ୍ରତିଭାବାନ କରିବାକୁ କହିଛନ୍ତି।
ଏହି ଅବସରରେ ଓଡିଶୀ ନୃତ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଓଡିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ସଂଗୀତ ପରିବେଷଣ କରାଯାଇଥିଲା ।
Related Stories
December 1, 2024
November 25, 2024