ଭୁବନେଶ୍ୱର,(ରତ୍ନଗିରି ନ୍ୟୁଜ) : ବରିଷ୍ଠ ସାମ୍ବାଦିକ ଶରତ ମିଶ୍ରଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଚିକିତ୍ସିତ ଅବସ୍ଥାରେ ୮୭ବର୍ଷୀୟ ସ୍ୱର୍ଗତଃ ମିଶ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଇଂରାଜୀ, ବଙ୍ଗଳା ଓ ଓଡ଼ିଆ ସାମ୍ବାଦିକତାରେ ସ୍ୱର୍ଗତଃ ମିଶ୍ରଙ୍କ ପାରଦର୍ଶିତା ଥିଲା । ସ୍ୱର୍ଗତଃ ମିଶ୍ର ଇଷ୍ଟର୍ଣ୍ଣ ଟାଇମ୍ସ, ଅମୃତବଜାର ପତ୍ରିକା, ସମ୍ବାଦ, ସମାଜ, ଆମ ସମୟର ପ୍ରତିନିଧି ଭଳି ଅନେକ ସମ୍ବାଦ ପତ୍ରରେ କାମ କରିଥିଲେ । ସ୍ୱର୍ଗତଃ ମିଶ୍ରଙ୍କ ମୃତ୍ୟୁ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।
ସ୍ୱର୍ଗତଃ ମିଶ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।
Related Stories
December 9, 2024
December 1, 2024