କୋଲାବ ନଦୀ ପାର୍ଶ୍ୱରେ ରାମଗିରି ପର୍ବତର ନିକଟରେ ଭଗବାନ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଶିବଲିଙ୍ଗ ବିରାଜିତ l ପ୍ରଭୁ ଶ୍ରୀରାମ ଦଣ୍ଡକାରଣ୍ୟ ନିବାସ ସମୟରେ ଏହି ଗୁମ୍ଫା ଭିତରେ ଗୁପ୍ତେଶ୍ୱର ମହାଦେବ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ବୋଲି ଜନଶୃତି ରହିଛି l ରାମଗିରି ପର୍ବତ ତାଙ୍କ ନାମାନୁସାରେ ହୋଇଛି l ରାମଗିରି ପର୍ବତର ବର୍ଣ୍ଣନା କାଳିଦାସଙ୍କ ମେଘଦୂତ କାବ୍ୟରେ ରହିଛି l
ପରେ ଜୟପୁର ରାଜା ବୀର ବିକ୍ରମ ସିଂହ (ଖ୍ରୀ 1648 ରୁ 1669) ଙ୍କ ସମୟରେ ଶ୍ରୀ ଗୁପ୍ତେଶ୍ୱର ଗୁମ୍ଫା ପୁନଃ ଆବିଷ୍କାର ହେଲା ଓ ସେହିଦିନ ଠାରୁ ବିଧିବଦ୍ଧ ପୂଜାର୍ଚ୍ଚନା ଚାଲୁଛି l
ମନ୍ଦିରକୁ 200 ପାହାଚ ରହିଛି l ଗୁପ୍ତେଶ୍ୱର ଶିବଲିଙ୍ଗ 10 ଫୁଟ ଗୋଲେଇ ଓ 6 ଫୁଟ ଉଚ୍ଚତା ବିଶିଷ୍ଟ l ଶ୍ରାବଣ ମାସରେ ଏହି ପୀଠରେ ଜଳାଭିଷେକ ହୋଇଥାଏ l ଲକ୍ଷ ଲକ୍ଷ ଭକ୍ତ ଓଡିଶା, ଆନ୍ଧ୍ର ଓ ଛତିଶଗଡରୁ ଆସିଥାନ୍ତି l ମହାଶିବରାତ୍ରି ଜାଗର ଯାତ୍ରା ଓ ମକର ଯାତ୍ରା ମଧ୍ୟ ମହାସମାରୋହରେ ପାଳିତ ହୁଏ l