ବାବାମଣି ଡିଗ୍ରୀ ମହାବିଦ୍ୟାଳୟରେ ସ୍ବତନ୍ତ୍ର ସେବା ଶିବିର

ଭଦ୍ରକ (ରତ୍ନଗିରି ନ୍ୟୁଜ) : ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା ଧାମନଗର ବ୍ଲକ ଅନ୍ତର୍ଗତ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଜାତୀୟସେବା ଯୋଜନା ଆନୁକୂଲ୍ୟରେ ସାତ ଦିନ ବ୍ଯାପି ସ୍ବତନ୍ତ୍ର ସେବା ଶିବିର ପୋଷ୍ଯ ଗ୍ରାମ ସାହୁସାହି ଠାରେ ଫେବୃଆରୀ ୭ତାରିଖରୁ ଆରମ୍ଭ ହୋଇ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ୧୩ ଚାରିଖର ଉଦଯାପନୀ ସଭା ରେ ଅତିଥିମାନେ ଶିବିରାର୍ଥୀମାନଙ୍କର ବିଭିନ୍ନ ସମାଜସେବାକାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପୋଷ୍ୟ ଗ୍ରାମ ସାହୁସାହିଠାରେ ସ୍ବଚ୍ଛତା,ବେଟୀ ବଚାଓ ବେଟି ପଢାଓ, ଶିଶୁ ଶିକ୍ଷା, ନିଶାନିବାରଣ ଓ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଦି କାର୍ଯ୍ୟକ୍ରମ ଉପରେ ଘର ଘର ବୁଲି ତଥା ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ସଚେତନତା ସୃଷ୍ଟି କରି ଥିଲେ। ଉଦଯାପନୀ ସଭାରେ ଅବସର ପ୍ରାପ୍ତ ସେନା ଅଧିକାରୀ କାଶୀନାଥ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ସାହୁ , ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ପାଳସାହି ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ନାୟକ, ସମାଜସେବୀ ଅନ୍ତର୍ଯ୍ୟାମୀ ଦାସ, ଅଧ୍ୟାପକ ପ୍ରଶାନ୍ତ କୁମାର ନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭଞ୍ଜନ ସାହୁ, ସାହୁସାହି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚିତ୍ରଭାନୁ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ବିଜୟ କୁମାର ଦାଶ ସଭା ପରିଚାଳନା କରିଥିଲେ। ଅଧ୍ୟାପକ ଉଦଯାପନୀ ସଭା ଅବସରରେ ସାତଦିନ ବ୍ଯାପି ଶିବିରର ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସଭା ଶେଷରେ ସମସ୍ତ ଶିବିରାର୍ଥୀ ଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ସଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଶିବପ୍ରସାଦ ସାହୁ ,କରିସ୍ମା ମହାନ୍ତି, ପ୍ରସନ୍ନ ବଳ, ଭକ୍ତ ବତ୍ସଳ ବାରିକ , ହୃଦାନନ୍ଦ ମଲିକ ଆଦି ଶିବିରର ପରିଚାଳନାରେ ସହଯୋଗ କରିଥିଲେ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *