ଆନନ୍ଦପୁର (ରତ୍ନଗିରି ନ୍ୟୁଜ) : ରାଜ୍ୟରେ ବଢି ଚାଲିଛି ସାମ୍ବାଦିକ ଆକ୍ରମଣ । ଅନେକ ସମୟରେ ସାମ୍ବାଦିକ ମାନେ ସତକୁ ସାମ୍ନାକୁ ଆଣି ଆକ୍ରମଣ ଓ ଆକ୍ରୋଶ ର ଶିକାର ହେଉଥିବା ଦେଖିବାକୁ ମିଳୁଛି । ବାରମ୍ବାର ସାମ୍ବାଦିକ ସୁରକ୍ଷା ଆଇନ୍ ପାଇଁ ଦାବୀ ହୋଇଆସୁଥିଲେ ମଧ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଯେଉଁଥିପାଇଁ ସାମ୍ବାଦିକଟିଏ ସତ ଲେଖିବାକୁ ଭୟ କରୁଛି, ସେଥିପାଇଁ ବହୁ ଘାତ ପ୍ରତିଘାତ ମଧ୍ୟଦେଇ ଆନନ୍ଦପୁର ଉପଖଣ୍ଡ ର କିଛି ବଛା ବଛା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ପ୍ରେସ୍ ଫୋରମ୍ ଗଠନ କରାଯାଇଛି ।
କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ପଞ୍ଜିକୃତ ହୋଇଥିବା,ଏହି ସଂଘ ର ପ୍ରଥମ ବୈଠକ ପଞ୍ଚମୁଖି ହନୁମାନ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଏହି ସଂଘ ର ସଦସ୍ୟ ମାନେ ନିଜ ଭିତରେ ଏକତା ଭାବ ବଜାୟ ରଖିବା ସହିତ,ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଥିବା ନିରୀହ ଲୋକଙ୍କ ସମସ୍ୟା କୁ ସାମ୍ନାକୁ ଆଣିବେ ଓ ଆନନ୍ଦପୁର ଏବଂ କେନ୍ଦୁଝର ର ବିଭିନ୍ନ ସମସ୍ୟା କୁ ନେଇ ଲଢେଇ କରିବେ ବୋଲି ସ୍ଥିର କରିଛନ୍ତି ।
Related Stories
December 1, 2024
November 25, 2024