ଜଙ୍ଗଲ ଦିବସରେ ଜଙ୍ଗଲ ପୋଡିର ନିରାକରଣ ପାଇଁ ଶିମିଳିପାଳରେ ସୋତନ୍ତ୍ର କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା(ରତ୍ନଗିରି ନ୍ୟୁଜ) ଜଙ୍ଗଲ ନିଆଁ ନିଅନ୍ତ୍ରଣ ଲାଗି ଜନ ଭାଗିଦାରୀ ଏକ ପ୍ରମୁଖ ଆହ୍ୱାନ l ସବୁ ସମୟରେ ମନୁଷ୍ୟ କୃତ ନିଆଁ ହିଁ ଜଙ୍ଗଲକୁ ଅଗ୍ନିମୟ କରୁଛି l ସତରେ ଜଙ୍ଗଲ ଯଦି କଥା କହି ପାରନ୍ତା ଆମେ ତାର ଅଗ୍ନିଭରା କୋହ ସହ କଷ୍ଟମୟ ଚିତ୍କାର କଣ ଆମ କାନ ସହି ପାରନ୍ତା l ଯେଉଁ ଭଳି ଯୁଦ୍ଧ ହେବା ଦ୍ୱାରା ସାରା ବିଶ୍ୱ ରେ ଅର୍ଥନୀତି ଠୁ ଆରମ୍ଭ କରି ସାମାଜିକ କ୍ଷତି ସହିବାକୁ ପଡୁଛି, ତାର ପୁରା କୁପ୍ରଭାବ ପରିବେଶ lରେ ପଡୁଛି l ବହୁ ଗବେଷଣାରୁ ଜଣା ପଡିଛି ଯେ ସାରା ପୃଥିବୀ ର ସବୁ ଗଛ ଯଦି କାଟି ଦିଆଯାଏ ତେବେ କିଛି ସମୟ ମଧ୍ୟ ରେ ପ୍ରାଣୀ ଜଗତ ଠପ ହୋଇଯିବ l ଜଙ୍ଗଲ ନିଆଁ କୁ କେବଳ ପ୍ରତିହତ କରିବ ଆମ ଜନ ମାନସ l ବିଷୟ ଏହା ଯେ ଜଙ୍ଗଲ ପାଦ ଦେଶ ରେ ରହୁଥିବା ଲୋକ ମାନଙ୍କ ମଧ୍ୟ ରେ ପରିବର୍ତ୍ତନ ଆବଶ୍ୟକ l ଜଙ୍ଗଲ କୁ ସୁରକ୍ଷା ଦେଲା ପରେ ଆମେ ଯାହା ପାଇବା ତାହା ବ୍ୟବହାର କରିବା ଉଚିତ l ପ୍ରକୁତିର ଭାରସାମ୍ୟକୁ ସନ୍ତୁଳନ କେବଳ ଜଙ୍ଗଲ ହିଁ କରୁଛି l

ଦିନକୁ ଦିନ ରାଜ୍ୟରେ ଜଙ୍ଗଲ ପୋଡି ବୃଦ୍ଧି ପାଇବାରେ ଲାଗିଛି l ଏହାର ସୁରକ୍ଷା ସାଙ୍ଗକୁ ନୂତନ ଜଙ୍ଗଲ ପୋଡିର ନିରାକାରଣ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆଯାଇଛି l ଅନୁଷ୍ଠାନ ନିକଟରେ ବାରିପଦା ଜିଲ୍ଲାର ବୃହତ ଜଙ୍ଗଲ ଶିମିଳିପାଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l ସାରା ଓଡିଶାରେ ଏହି ଅନୁଷ୍ଠାନ ର ବିଭିନ୍ନ ପ୍ରକାର ର କାର୍ଯ୍ୟକ୍ରମ ହୋଇଥାଏ l ମହୁଲ ଗଛ ଏହି ଜଙ୍ଗଲୀ ଅଂଚଳ ରେ ଏକ ଲାଭପ୍ରଦ ଗଛ ଓ ଏହି ଗଛ ର ଫଳ କୁ ତୋଳି ସେମାନେ ପିଠା କରି ଖାଇବା ସହ ଅନ୍ୟ ବ୍ୟବସାୟ ରେ ଲଗାଇଥାନ୍ତି l ଏହି ଫଳ ତୋଳିବା ପାଇଁ ଅଂଚଳ ବାସୀ ମାନେ ଗଛ ର ଚତୁର୍ପାଶ୍ୱ ସଫା ରଖିଥାନ୍ତି l ଗଛ ପତ୍ର ମାନ ପଡି ଗଛ ତଳ ଅଳିଆ ହୋଇଥାଏ, ଯାହା ପାଇଁ ଫଳ ତୋଳିବା ରେ ସେମାନଙ୍କୁ ଅସୁବିଧା ହୋଇଥାଏ l ଯାହା ପାଇଁ ସେମାନେ ନିଆଁ ଲଗାଇ ସ୍ଥାନ ସଫା କରିଥାନ୍ତି l ଏହି ନିଆଁ ଏକ ଗଛ ରୁ ଅନ୍ୟ ଅଂଚଳ କୁ ବ୍ୟାପିଥାଏ, ଯାହା ଫଳରେ ଜଙ୍ଗଲ ପୋଡି ର ଆରମ୍ଭ ହୋଇଥାଏ l

ଏହି ବ୍ୟବସ୍ଥା ରେ ପରିବର୍ତ୍ତନ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନୂତନ ବ୍ୟବସ୍ତା କରାଯାଇଛି l ଗଛ ର ମୂଳ ରେ ପତଳା ଜରି ଜାଲି ଖୁଣ୍ଟ ରେ ବାନ୍ଧିବା ପରେ ମହୁଲ ଫଳ ଏହି ଜାଲି ରେ ରହିଥାଏ ଓ ସେମାନଙ୍କୁ ନେବା ରେ ସୁବିଧା ହୋଇଥାଏ l ଯାହା ଫଳରେ ଆଉ ସେମାନେ ଅଗ୍ନି ସଂଯୋଗ କରନ୍ତି ନାହିଁ, ଆଉ ଜଙ୍ଗଲ ପୋଡି ମଧ୍ୟ ହୁଏ ନାହିଁ l ଏହି ସଚେତନତା କାର୍ଯ୍ୟକ୍ରମ କୁ ଶିମିଳିପାଳ ଜଙ୍ଗଲ ର ବିଭିନ୍ନ ସ୍ଥାନ ରେ କରାଯଇଥିଲା ଏହି ସ୍ଥାନ ଗୁଡିକ ହେଲା ବାରିବଡା, ବ୍ରାହ୍ମଣକୁଣ୍ଡ, କାକିଡି, ବାଙ୍ଗିରିପୋଷି, କୁସୁମବନ୍ଧ l ଏହି କାର୍ଯ୍ୟକ୍ରମ ରେ ବହୁ ଅଂଚଳବାସୀ ସମର୍ଥନ ଦେବା ସହ ଟ୍ରଷ୍ଟ ର କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେଇଥିଲେ l କିଛି ସାମ୍ବାଦିକ ବନ୍ଧୁ କହିଥିଲେ କିଛି ତ ନୂଆ ହେଲା l କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି,ଟ୍ରଷ୍ଟ ର ଜୋତିଶ ଗୌରାଙ୍ଗ ନାୟକ, ଦେବେନ୍ଦ୍ର ନାୟକ, ତପନ କୁମାର ନାଥ, ରାକେଶ ବଳ, ହୃଷିକେଶ ମହାନ୍ତି, ସାମାଜିକ କର୍ମୀ ନିରୋଜ ପୋଥାଳ ସାମିଲ ଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *