ଶିକ୍ଷାବିତ୍ ନିରଂଜନ ମହାପାତ୍ରଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳିତ

ବରୀ(ରତ୍ନଗିରି ନ୍ୟୁଜ) :- ଆଦର୍ଶ ଶିକ୍ଷକ ତଥା ପରିବେଶବିତ୍ ନିରଂଜନ ମହାପାତ୍ରଙ୍କ ୬ଷ୍ଠ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ସ୍ମୃତିଚାରଣ ସଭା ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆସ୍ଥିତ ଅଭିମନ୍ୟୁସାମନ୍ତ ସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିରଂଜନା ଅନୁଷ୍ଠାନର ସଭାପତି ସାହିତ୍ୟିକ ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଗନ ବିହାରୀ ଜେନା ଯୋଗ ଦେଇ ସ୍ୱର୍ଗତ ମହାପାତ୍ର ଜଣେ ଶିକ୍ଷା ସଂଗଠକ, ଶିକ୍ଷା ପ୍ରେମୀ ତଥା ପରିବେଶବିତ୍ ଥିଲେ ଯାହା ତାଙ୍କ କର୍ମକ୍ଷେତ୍ର ଗୁଡିକରେ ସ୍ପଷ୍ଟ ବାରି ହୋଇପଡେ ।

ଅନ୍ୟତମ ଅତିଥିଭାବେ ବରୀ ଶିକ୍ଷା ମଣ୍ଡଳର ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ କପିଳ ଚରଣ ସାମଲ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନଟବର ଜେନା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବାବେଳେ ପ୍ୟାରିମୋହନ ଏକାଡେମୀ କଟକର ପୂର୍ବତନ ପ୍ରଧାନଶିକ୍ଷକ ମକର ଚରଣ ଘଡାଇ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଡଃ ଅଜୟ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୁବ ସାମ୍ବାଦିକ ସନ୍ତୋଷ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଚୈତନ୍ୟ ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *