ବିଶ୍ୱ ଶାନ୍ତି ପାଇଁ ଶ୍ରୀକ୍ଷେତ୍ରରେ ଶ୍ରୀଜୀୟୁଙ୍କୁ ଗୁହାରି କଲା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

ପୁରୀ(ରତ୍ନଗିରି ନ୍ୟୁଜ) ସଂପ୍ରତି ଆମେରିକା , ଇସ୍ରାଏଲ ଏଵଂ ଇରାନ୍ ମଧ୍ୟରେ ସଙ୍ଗଠିତ ଯୁଦ୍ଧର ବିଭୀଷିକା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏ ଯୁଦ୍ଧ ଜାରି ରହିଲେ ଆନ୍ତର୍ଜାତିକ ବଜାରର ସ୍ଥିତି ବ୍ୟାପକ ଭାବେ ପ୍ରଭାବିତ ହୋଇପାରେ ଏଵଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ପ୍ରତିବନ୍ଧକ ଉପୁଜିବାର ଆଶଙ୍କା କୁ ଏଡାଇ ଦିଆଯାଇନପାରେ । ବିଶେଷକରି ଅତ୍ୟାବଶ୍ୟକ ତୈଳ ର ଅସ୍ବାଭାବିକ ମୂଲ୍ୟବୃଦ୍ଧି ଅର୍ଥନୈତିକ ସଙ୍କଟ ସୃଷ୍ଟି କରିପାରେ । ଏଭଳି ଏକ ବିଷମ ପରିସ୍ଥିତିରେ ଦେଶ ଦେଶ ମଧ୍ୟରେ ଶାନ୍ତି , ମୈତ୍ରୀ , ସଂହତି ଏଵଂ ସଦଭାବନା ବଜାୟ ରହିବା ଉଦେଶ୍ୟରେ ବିଶ୍ଵନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରିଛି କେନ୍ଦ୍ରାପଡ଼ାର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ l ଅନୁଷ୍ଠାନର କର୍ମକର୍ତ୍ତାମାନେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ, ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି l


ଏହି ମହତ କାର୍ଯ୍ୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତିଙ୍କ ସମେତ ସଦସ୍ୟ କେଦାର ସ୍ୱାଇଁ, ତପନ କୁମାର ନାଥ, ଶଶିକାନ୍ତ ନାଥ, ଦିପ୍ତୀରଂଜନ ସେଠୀ, ଅବିନାଶ ସ୍ୱାଇଁ,ସ୍ୱରାଜ ପତ୍ରି, ଜୟନ୍ତ ମହାନ୍ତି, ଜିତେନ୍ ସାହୁ, ଦେବଦତ୍ତ ଭଗତ ପ୍ରମୁଖ ଉପସ୍ଥିତ ଥିଲେ l ଟ୍ରଷ୍ଟର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଂଶସା କରାଯାଇଛି l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *