ବରୀ(ରତ୍ନଗିରି ନ୍ୟୁଜ): ଦିନକୁ ଦିନ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସଚେତନତା ଉଦ୍ଦେଶ୍ୟରେ ନିର୍ମାଣ ହେଉଛି କ୍ଷୁଦ୍ର ଚଳଚିତ୍ର ‘ଅଂଶୁଘାତ’ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅର୍ନ୍ତଗତ ସିଂହପୁରସ୍ଥିତ ନବଘନ ମହନ୍ତ ମାୟାଧର ସରକାରୀ ଉ.ପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସଚେତନ ଧର୍ମୀ କ୍ଷୁଦ୍ର ଚଳଚିତ୍ରଟିରେ ଅଭିନୟ କରୁଛନ୍ତି । ଯାହାର ସୁଟିଂ ଏବେ ଚାଲିଛି ।
ବିଶେଷ କରି ଏହି ଚଳଚିତ୍ର ମାଧ୍ୟମରେ ଅଂଶୁଘାତ ପ୍ରତି ସାବଧାନ ରହିବା ପାଇଁ ସମାଜକୁ ଏକ ବିଶେଷ ବାର୍ତ୍ତା ଦିଆଯାଇଛି । କ୍ଷୁଦ୍ର ଚଳଚିତ୍ରର ସଂଳାପ ସହକାରୀ ଶିକ୍ଷକ ଜ୍ଞାନରଂଜନ ସାମଲ ରଚନା କରିଥିବାବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶନ ଦୀନେଶ ମଲ୍ଲିକ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ବିଭିନ୍ନ ବିଭାଗରେ ମନୋରଂଜନ ବେଉରିଆ, ପ୍ରଭାତ କୁମାର ସାହୁ, ପ୍ରଧାନଶିକ୍ଷକ ପ୍ରତାପ ପାତ୍ର ପ୍ରମୁଖ ସହଯୋଗ କରିଥିବାବେଳେ ସ୍ମୃତିରଂଜନ, ଶୁଭମ୍, ସୋମପ୍ରକାଶ, ଅଙ୍କିତା, ଅନିତା, ମୋନାଲିସା, ଜସ୍ମିନ୍, ଦୀପ୍ତିପ୍ରଭା ଓ ଅଭିଷେକ ପ୍ରମୁଖ ଅଭିନୟ କରିଛନ୍ତି । ଏହାର ଚିତ୍ରୋତ୍ତଳନ ଓ ସମ୍ପାଦନା ମାଷ୍ଟର ସାନୁ କରିଥିବାବେଳେ ପ୍ରଚ୍ଛଦ ପଟ ସଙ୍ଗୀତରେ ସ୍ୱର ଦେଇଛନ୍ତି ଅରୁପମା ନାୟକ ।