ବଲାଙ୍ଗୀର(ରତ୍ନଗିରି ନ୍ୟୁଜ) ୨୯/୦୧: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପୋଲିସ ଚଢାଉ କରି ବୁଧବାର ଚଢାଉ କରି ୧୫୦ ବୋତଲ ଏସକଫ କଫ ସିରପ ଜବତ କରିବା ସହ ଜଣକୁ ଗିରଫ ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସୁଚନା ଅନୁସାରେ ଖପ୍ରାଖୋଲ ପୋଲିସ ବୁଧବାର ପେଟ୍ରୋଲିଂ କଲାବେଳେ ଧଣ୍ଡାମୁଣ୍ଡା ସାନଉଡେନ ରାସ୍ତା ମାଲପଡା ଗାଁ ନିକଟରେ ଜଣେ ଯୁବକ ମୋଟର ସାଇକେଲ ରେ ଦ୍ରୁତଗତି ରେ ଆସୁଥିବା ବେଲେ ପୋଲିସ ଅଟକାଇ ପଚରା ଉଚରା ପରେ ତାଠାରୁ ୧୫୦ ବୋତଲ ଏସକଫ କଫ ସିରପ ଜବତ କରିବା ସହ ନଗଦ ୧୫ଶହ ଟଙ୍କା, ଏକ ମୋଟର ସାଇକେଲ ଜବତ କରିବା ଯୁବକ କୁ ଗିରଫ କରିଛି। ଗିରଫ ଯୁବକ ଜଣକ ଧଣ୍ଡାମଣ୍ଡା ଗାଁ ର ସୁକୁମାର ଭୋଇ (୩୫) ବୋଲି ଜଣାଯାଇଛି। ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୬/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁକୁମାର ଭୋଇ କୁ କୋର୍ଟ ଚାଲାଣ କରାଯାଇ ଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।
Related Stories
December 9, 2024
December 1, 2024