ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଶ୍ରମ ପକ୍ଷରୁ ସମ୍ବର୍ଦ୍ଧନା

ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ୍ ଅନ୍ତର୍ଗତ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ମେଦୁଆକୂଳ ପରିସରରେ ଶିକ୍ଷାଶ୍ରମର ମୁଖ୍ୟ ସେବକ ଡଃ ନୃସିଂହ ଚରଣ ବେହେରାଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଚଳିତ ବର୍ଷର ତୃତୀୟବୃତ୍ତି, ପଞ୍ଚମ ବୃତ୍ତି, ପଠାଣି ସାମନ୍ତ ଗଣିତ ମେଧାବୃତ୍ତିରେ କୃତିତ୍ଵ ହାସଲ କରିଥିବା ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଶ୍ରମ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତୃତୀୟ ବୃତ୍ତି ପାଇଥିବା ଛାତ୍ର ଦେବାଂଶ ଶାନ୍ତି, ସ୍ଵରାଜ ଦାଶ, ପ୍ରଭୁପାଦ ସାହୁ ,ପଞ୍ଚମ ବୃତ୍ତି ପାଇଥିବା ଛାତ୍ରୀ ଶୁଭପ୍ରିୟା ଦାଶ, ଛାତ୍ର ବିଶାଳ ଜେନା, ମୋହିତ କୁମାର ଜେନା, ଆୟୁଷ କୁମାର ଦାସ, ବିଶ୍ୱଜିତ ଶ୍ୟାନ୍ତି ଏବଂ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପାଇଥବା ଛାତ୍ର ମୋହିତ କୁମାର ଜେନା, ଜିତେନ୍ଦ୍ର ଦାସ ଏବଂ ସେମାନଙ୍କର ପିତାମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଭାରେ ମୁଖ୍ୟ ଅତିଥି ରୂପେ ବରୀର ଅବସରପ୍ରାପ୍ତ ସହକାରୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ,ସମ୍ମାନୀତ ଅତିଥି ରୂପେ ରାଜାତୋଟା ସାଧନ କେନ୍ଦ୍ରର ସଂଯୋଜକ ଅଜୟ କୁମାର ସାମଲ ଯୋଗଦେଇ ପିଲାମାନଙ୍କର ଆଗାମୀ ଭବିଷ୍ୟତ କିପରି ଉଜ୍ଜଳମୟ ହେବ, ସେମାନେ କିପରି ଭବିଷ୍ୟତରେ ଭଲ ମଣିଷ ହୋଇପରିବେ ଓ ପିତା,ମାତା, ଗୁରୁଜୀ, ଗୁରୁମା ତଥା ଶିକ୍ଷାନୁଷ୍ଠାନକୁ ସବୁଦିନ ପାଇଁ ମନେ ରଖିବା ଉପରେ ଗୁରୁତ୍ଵଆରୋପ କରିଥିଲେ । ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଜେନା ଅତିଥି ପରିଚୟ ଦେଇଥିବାବେଳେ ବରିଷ୍ଠ ଶିକ୍ଷକ ମିହିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାଶ୍ରମ ସମସ୍ତ ଶିକ୍ଷକ,ଶିକ୍ଷିକା ସଭା ପରିଚାଳନାରେ ସହଯୋଗ କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *