ବରୀ ୨୮/୧୦(ରତ୍ନଗିରି ନ୍ୟୁଜ): ମୃତ୍ୟୁ ହିଁ ବାସ୍ତବ ସତ୍ୟ କିନ୍ତୁ ଏହାକୁ କେହି ସ୍ୱାଗତ୍ କରନ୍ତି ନାହିଁ l ବସ୍ତୁବାଦୀ ସଂସାରରେ ମଣିଷ ରହିଥିବାରୁ ମୃତ୍ୟୁକୁ କେହି ଭଲ ପାଆନ୍ତି ନାହିଁ l କିନ୍ତୁ ମୃତ୍ୟୁ ସବୁ ସମୟରେ ଆମ ସାଥିରେ ଥାଏ ଅଦୃଶ୍ୟ ଭାବେ l ଆମେ ଯୁଆଡେ ଯାଇଥାଉ ଅଦୃଶ୍ୟ ମୃତ୍ୟୁ ଆମ ସହିତ ଯାଇ ଥାଏ l ତେଣୁ ମୃତ୍ୟୁକୁ ଭୟ ନୁହେଁ ସ୍ୱାଗତ୍ କରିବା ଉଚିତ୍ ବୋଲି ନବ ଜ୍ୟୋତି ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଶାରଦୀୟ କବିତାପାଠ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ଯକ୍ତ କରିଥିଲେ l ଅନୁଷ୍ଠାନର ଉପଦେଷ୍ଟା ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ମଦନ ମୋହନ ପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ଶିଶୁସାହିତ୍ୟ ଅଜୟ କୁମାର ଜେନା କବି ଓ କବୟତ୍ରୀ ମାନଙ୍କ କବିତା ଗୁଡିକୁ ସଂଯୋଜନା କରିଥିଲେ l ଅୟୋଜିତ କବିତା ପାଠ ଉତ୍ସବରେ କବି ଗୁରୁ ଚରଣ ମହାନ୍ତି, ମନମୋହନ ପାଢୀ, ସୁରେନ୍ଦ୍ର କୁମାର ସାହୁ, ବନିତା ବେହେରା, ଜାନକୀ ବାରିକ, ସବିତା ନାୟକ ପ୍ରମୁଖ ଶାରଦୀୟ କବିତା ପାଠ କରିଥିଲେ l ଶେଷରେ ଗୀତିକାର ତଥା ଅନୁଷ୍ଠାନର ସମ୍ପାଦିକା ସବିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 9, 2024
November 9, 2024