ବରୀ,୨୩/ ୯( ରତ୍ନଗିରି ନ୍ୟୁଜ) : ଦୈନିକ ଖବର କାଗଜ ସକାଳର ବରୀ ପ୍ରତିନିଧି ତଥା ବରିଷ୍ଠ ସାମାଜି କର୍ମୀ ଚୈତନ୍ୟ ଚରଣ ଜେନାଙ୍କ ପିିତା ଯୋଗେଶ ଚନ୍ଦ୍ର ଜେନାଙ୍କ ଶନିବାର ଅପରାହ୍ନରେ ବରୀ ବ୍ଲକ୍ ଅନ୍ତର୍ଗତ ଧାରପୁରସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ସ୍ୱର୍ଗତ ଜେନାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ସେ ସ୍ଥାନୀୟ ଅଂଚଳରେ ଜଣେ ସମାଜସେବୀ, ପରୋପକାରୀ ଓ ମିଷ୍ଠଭାଷୀ ବ୍ୟକ୍ତି ଥିଲେ । ବିଶେଷ କରି ସ୍ଥାନୀୟ ଅଂଚଳରେ ସାଆନ୍ତ ଭାବେ ସ୍ୱର୍ଗତ ଜେନା ପରିଚିତ ଥିଲେ । ମୃତ୍ୟୁବେଳେକୁ ତାଙ୍କ ୪ପୁଅ ଚୈତନ୍ୟ ଚରଣ ଜେନା, ଗୌରାଙ୍ଗ ଚରଣ ଜେନା, ଗୋବିନ୍ଦ ଚନ୍ଦ୍ର ଜେନା ଓ ଗଗନ ଜେନାଙ୍କ ସମେତ ଏକମାତ୍ରଝିଅ, ପୁତ୍ରବଧୂ, ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଏକଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ସ୍ମଶାନରେ ଶେଷକୃତ୍ୟ ସମାପନ କରାଯାଇଥିବାବେଳେ ମଧ୍ୟମପୁତ୍ର ଗୌରାଙ୍ଗ ଜେନା ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଜେନାଙ୍କ ବିୟୋଗ ଖବର ପାଇ ୨୧ନଂ ଜିଲ୍ଲା ପରିଷଦସଭ୍ୟ ଅଶୋକ କୁମାର ସାମଲ, ବିଜେପି ଯୁବନେତା କବିର ଦାସ, ଧାରପୁର ସରପଂଚ କୁନା ମଲିକ, ସମିତି ସଭ୍ୟ ଶ୍ରୀଧର ସେଠୀ, ବରୀ ବ୍ଲକ୍ର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇ ତାଙ୍କର ଶେଷ ଦର୍ଶନ କରିଥିଲେ । ବରୀ ବିଧାୟିକା ସୁନନ୍ଦା ଦାସ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ସମିତି ସଭ୍ୟ ସଞ୍ଜିବ ଜେନା, ଧାରପୁର ସେବା ସମବାୟ ସମିତିର ସଭାପତି ରଜେନ୍ଦ୍ର ଜେନା ପ୍ରମୁଖ ସ୍ୱର୍ଗତ ଜେନାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
Related Stories
November 8, 2024