ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) ପ୍ରତିଶ୍ରୁତି ପତ୍ରିକାର ଅଷ୍ଟମ ସଂସ୍କରଣ ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଅଛି. ପ୍ରକୃତି ଓ ପରିବେଶକୁ ନେଇ ଆୟୋଜିତ ଆଲୋଚନା ଚକ୍ରରେ କବି ନାଟ୍ୟକାର ଦୟାନିଧି ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ କୁମାର ଦାସ, ବରେଣ୍ୟ ଅତିଥି ଗାଳ୍ପିକା ସାଗରୀକା ଦାସ, ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ସତୀଶ ମିଶ୍ର ପ୍ରମୁଖ ଯୋଗଦେଇ ପ୍ରକୃତି ଓ ପରିବେଶର ସୁରକ୍ଷା ନୈତିକବୋଧତାର ପରିଚୟ ବୋଲି ମତବ୍ୟକ୍ତ କରିଥିଲେ. ଦିବଂଗତା କବି ସୁରଞ୍ଜିକା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି,ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.

ଏହି ଅବସରରେ ଯାଜପୁର ଜିଲ୍ଳାର କୋରେଇ ବ୍ଲକସ୍ଥିତ ହଳଦିଗଡିଆ ଗ୍ରାମର ଅଧିବାସୀ ଅଧୁନା ସତ୍ୟନାରାୟଣପାଠାଗାରରପ୍ରତିଷ୍ଠାତା ସଂପାଦକ, ସ୍ମୃତିଲିପିର ସଂପାଦକ,ବରିଷ୍ଠ ସାମ୍ବାଦିକ ତଥା ସୁଦେଷ୍ଣାଦୈନିକ ଖବରକାଗଜର ସହ ସଂପାଦଚ୍ଚ ଭୁବନମୋହନ ମହାନ୍ତିଙ୍କୁ ଜଣେ ସଫଳ ସଂପାଦକ ସଂଗଠକ ନିର୍ଭିକ ସାମ୍ବାଦିକ ଦ୍ଭାବେ ଅନୁଷ୍ଠାନପକ୍ଷରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ଜଗନ୍ନାଥଙ୍କ ଫଟୋଚିତ୍ର ସହ ଉପ6ଢlକନ ଦିଆଯାଇଅତିଥିମାନଙ୍କ ଗହଣରେ ସଂଵର୍ଧୀତ କରାଯାଇଥିଲା. କବି ନିବେଦିତା ରଥ, ନାରାୟଣ ଚନ୍ଦ୍ର ସେନାପତି, ମଞ୍ଚ ପରିଚାଳନା କରିଥିଲେ. କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରତିଷ୍ଠାତା ଓ ପରିଚାଳନା ସମ୍ପାଦକ ସ୍ମୃତି ରଂଜନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ଶୁଭବ୍ରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ.



