ବରୀ(ରତ୍ନଗିରି ନ୍ୟୁଜ) : ୧୮୫୭ ସିପାହୀ ବିଦ୍ରୋହକୁ ଯେଉଁ କେତେଜଣ ସଂଗ୍ରାମୀ ନେତୃତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନର ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ଅଭିମନ୍ୟୁ ବାଲିଆର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ସୁପୁତ୍ର ରାମକୃଷ୍ଣ ସାମନ୍ତ ସିଂହାର ଅନ୍ୟତମ । ଅବିଭକ୍ତ କଟକ ଜିଲ୍ଲାର ମୁଖ୍ୟ ପୁରୋଧା ଭାବେ ସେ ନେତୃତ୍ତ୍ୱ ନେଇ ତତ୍ କାଳୀନ ସମୟରେ ସେ ଇଂରେଜ୍ ମାନଙ୍କ ବିରୁଦ୍ଧରେ ପ୍ରଜାମେଳି କରି ସ୍ୱାଧିନତାର ଲଢେଇକୁ ଯୋରଦାର କରିବା ସହିତ ତାଙ୍କୁ ୫ ବର୍ଷ କାରାବରଣ କରିବାକୁ ପଡିବା ସହିତ ତାଙ୍କର ବାଲିଆ ଜମିଦାରି କୁ ବାଜ୍ୟାପ୍ତି କରାଯାଇଥିଲା । ତେବେ ଗତ ଜାନୁଆରୀ ମାସରେ ଏହି ମହାନ ସ୍ୱାଧିନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ସ୍ୱାଧିନତା ସଂଗ୍ରାମୀ ଫୋରମ ଜାତୀୟ ନେତୃତ୍ୱ ସଂଗ୍ରାମୀ ଜିତେନ୍ଦ୍ର ରଘୁବଂଶୀ (ହରିଦ୍ୱାର)ରାମକୃଷ୍ଣଙ୍କ ଜନ୍ମପୀଠ ଅଭିମନ୍ୟୁ ବାଲିଆକୁ ଆସି ଏହି ପୀଠ ଓ ରାମକୃଷ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିଦିନ ପ୍ରତ୍ୟେକ ମାସର ପ୍ରଥମ ରବିବାର ରାମକୃଷ୍ଣଙ୍କ ସ୍ମୃତିରେ ଜାତୀୟ ସଂଗୀତ ଗାନ ସହିତ , ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ପ୍ରଦାନ କରିବାକୁ ସ୍ଥିର ହୋଇଥିଲା । ତେଣୁ ଚଳିତ ମାସର ପ୍ରଥମ ରବିବାରରେ ସମାଜସେବୀ ତଥା ଶିକ୍ଷକ ନେତୃତ୍ୱ ଗୋପବନ୍ଧୁ ଦାସଙ୍କ ଆବାହକତ୍ୱରେ ଏହି ସ୍ମୃତି ସଭାର ଆହୁତ କରା ଯାଇ ବିଭିନ୍ନ କାର୍ଯ୍ୟକ୍ରମ ସହ ଭାରତୀ ମାତାର ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ବିରଞ୍ଚି ନାରାୟଣ ମିଶ୍ର ,ଶିକ୍ଷାବିତ୍ ବଳରାମ ପଣ୍ଡା, ଶିକ୍ଷକ ନେତା କର୍ଣ୍ଣ ଚନ୍ଦ୍ର ଘଡେଇ, ଅଜୟ କୁମାର ଜେନା, ଯୁବନେତୃତ୍ୱ ବସନ୍ତ କୁମାର ଜେନା , କବିର ଦାସ, କପିଳ ଚରଣ ସାମଲ, ଶୁକଦେବ ଜେନା,ନଟବର ଜେନା, ନିରଂଜନ ସାହୁ, ରବିନ୍ଦ୍ର ନାଥ ମିଶ୍ର, ଶରତ କୁମାର ଜେନା , ଦେବ୍ ଜେନା(ରାହୁଲ) ସନ୍ତୋଷ କୁମାର ରାଉତ ପ୍ରମୁଖ ଯୋଗଦାନ କରିଥିଲେ । ତେବେ ରାମକୃଷ୍ଣ ସାମନ୍ତ ସିଂହାରଙ୍କର ଫଟୋ ଚିତ୍ର ନଥିବାରୁ ତାହାର ଏକ କାଳ୍ପନିକ ସ୍ୱରୂପ ପ୍ରସ୍ତୁତ ଲାଗି ସବା ମତ ଦେଇଥିଲା । ତେବେ ଆସନ୍ତା ଏପ୍ରିଲ ମାସ ୨ ତାରିଖ ମାସର ପ୍ରଥମ ରବିବାର ପଡୁଥିବାରୁ ସେହି ଦିନ ପୂର୍ବାହ୍ନ ସମୟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମକୁ ଜିଲାଲା ଓ ଜିଲ୍ଲା ବାହାରୁ ଚିତ୍ର କର ମାନଙ୍କୁ ନିମନ୍ତ୍ରଣ କରାଯିବା କଥା ସଭାରେ ସ୍ଥିର ହୋଇଥିଲା । ସ୍ଥାନୀୟ ସାଧାରଣ ଜନତା , ବୁଦ୍ଧିଜିବି ଙ୍କ ସହିତ ବିଭିନ୍ନ ସ୍ଥରର ଗବେଷକ ମାନଙ୍କୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରାଯିବାର ନିଷ୍ପତ୍ତି ନିଆ ଯାଇଛି । ସମସ୍ତେ ଆଲୋଚନା ଭିତ୍ତିକ ତଥ୍ୟ ପ୍ରଦାନ ରାମକୃଷ୍ଣଙ୍କର କଥା ସ୍ୱରୂପ କୁ ଚିତ୍ରକର ମାନେ ଶୁଣିଲା ପରେ ସେମାନେ ନିଜ ନିଜର କଳା କୈାଶଳକୁ ପ୍ରୟୋଗ କରି କାଳ୍ପନିକ ଫଟୋଚିତ୍ର ଅଙ୍କନ କରିବେ । ସମସ୍ତ ଫଟୋ ଚିତ୍ରକୁ ବାରବାର ତନଖିବା ପରେ ଏକ ବିଶ୍ଳେଷକ କମିଟି ଗଠନ କରାଯାଇ ସେମାନେ ଯେଉଁ ଫଟୋ ଚିତ୍ରକୁ ସ୍ୱୀକୃତି ପ୍ରଦାନ କରିବେ ତାହା ହିଁ ହେବ,ରାମକୃଷ୍ଣ ସାମନ୍ତ ସିଂହାରଙ୍କ ପରବର୍ତ୍ତୀ ସ୍ୱରୂପ । ଏହି ନିଷ୍ପତ୍ତି ସହ ଭାରତ ମାତାର ଜୟଗାନ କରା ଯାଇ କାର୍ଯ୍ୟକ୍ରମକୁ ବିରାମ ଦିଆ ଯାଇଥିଲା । ତେବେ ପରବର୍ତ୍ତୀ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଏପ୍ରିଲ ମାସ ୨ ତାରିଖ ରବିବାର ଦିନ କରାଯିବାକୁ ଶରତ କୁମାର ଜେନା ଜଣାଇଛନ୍ତି ।
Related Stories
December 9, 2024
December 1, 2024