ବାଲେଶ୍ୱର(ରତ୍ନଗିରି ନ୍ୟୁଜ) :-ପ୍ରାକୃତିକ ପରିଵେଶ ଵଞ୍ଚାଅ – ପ୍ଲାଷ୍ଟିକ ଉତ୍ପାଦନ ହଟାଅ – ନେସନାଲ ହକର ଫେଡେରେଶନ ର ସପ୍ତାହଵ୍ଯାପୀ ଵୈପ୍ଳଵିକ ଅଭିଯାନର ଅଂଶ ଭାଵେ ଆଜି ଵାଲେଶ୍ଵର କଲେକ୍ଟୋରେଟ ଠାରେ ଓଡିଶା ପଥ ଵିକ୍ରେତା ସଂଘ ପକ୍ଷରୁ ଵିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ଲାଷ୍ଟିକ ଉତ୍ପାଦନ ଓ ଵ୍ଯଵହାର ଯୋଗୁଁ ଗୁରୁତର ପ୍ରଦୂଷଣ ଜନିତ ମାନଵ ସମାଜ ପ୍ରତି ଵିପର୍ଯ୍ଯୟ ମାଡିଆସିଛି।ପ୍ଲାଷ୍ଟିକ ଉତ୍ପାଦନ ଵନ୍ଦ ହେଲେହିଁ ଵ୍ଯଵହାର ଵନ୍ଦ ହେଵ। ପ୍ଯାରିସ ରାଜିନାମା ସ୍ଵାକ୍ଷର ପରେ ମଧ୍ଯ ଭାରତ ସରକାର ପେଟ୍ରୋକେମିକାଲସ ଦୃତ ଵୃଦ୍ଧି କରାଇଵା, ଫସିଲ ଇନ୍ଧନ ଵନ୍ଦ ପାଇଁ ଚୁକ୍ତିଵଦ୍ଧ ହେଵା ପରେ ହିଁ ଭାରତ ସରକାର କୋଇଲାଖଣି ଏକତରଫା ଘରୋଇକରଣ କରାଇ ଆଖିଵୁଜା କୋଇଲା ଖଣି ଖନନ ଓ ତାପଜ ଵିଦ୍ଯୁତ ସମେତ ଫସିଲ ଇନ୍ଧନ ଵ୍ଯଵହାର ଵହୁଗୁଣିତ କରି ମାନଵ ସଭ୍ଯତାକୁ ଵିପନ୍ନ କରାଇଚାଲିଛନ୍ତି।ଏହା ଵିରୁଦ୍ଧରେ ପ୍ଲାଷ୍ଟିକ ଉତ୍ପାଦନ ଵନ୍ଦ ଦାଵିରେ କ୍ଷୟ ଉର୍ଜା ଉତ୍ପାଦନକୁ ଅଗ୍ରାଧିକାର ଦାଵିରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଅଛି। ଆଜି ଵାଲେଶ୍ଵର କଲେକ୍ଟୋରେଟ ସମ୍ମୁଖରେ କପଡା ଵ୍ଯାନର ଧରି ଏହି ଵିକ୍ଷୋଭ ନେସନାଲ ହକର ଫେଡେରେଶନର ରାଷ୍ଟ୍ରୀୟ ଅତିରିକ୍ତ ସାଧାରଣ ସମ୍ପାଦକ ତଥା ଓଡିଶା ପଥଵିକ୍ରେତା ସଂଘ ସଭାପତି ଜୟନ୍ତ ଦାସ, ଵାଲେଶ୍ଵର ପଥଵିକ୍ରେତା ସଂଘ ଉପ ସଭାପତି କମ୍ରେଡ୍ ଆଵିଦ ଖାନ, ସମ୍ପାଦକ କମ୍ରେଡ୍ ମୋହିନୀ ମୋହନ ପରିଡା,ଟିଭିସି ସଦସ୍ଯ ଟିପିରୀ ସିଂ, ରାମ ଚନ୍ଦ୍ର ପରିଡା,ସୁଧାଂଶୁ ଶାହା,ରାମ ଚନ୍ଦ୍ର ପୃଷ୍ଟି,ସେକ୍ ଇସ୍ଲାମ, ଜୟନ୍ତୀ ଦାସ,ହରେକୃଷ୍ଣ ଦାସ,ମହମ୍ମଦ ମୁସ୍ତାଫା,ରତନ କୁମାର ଗିରି,ସୁମନ୍ତ ଦାସ,ଅଜିଜୁଲ ରହେମନ,ରତ୍ନାକର ଦାସ,ସେକ୍ ସଦ୍ଦାମ ଓ କୈଳାସ ଦାସ ଇତ୍ଯାଦି ନେତୃତ୍ଵ ନେଇଥିଲେ।ପ୍ଲାଷ୍ଟିକ ଉତ୍ପାଦନ ଵନ୍ଦ ପର୍ଯ୍ଯନ୍ତ ଏହି ଆନ୍ଦୋଳନ ଚାଲିଵ ଵୋଲି ଚେତାଵନୀ ଦିଆଯାଇଛି।
Related Stories
November 9, 2024
November 9, 2024