ବରୀ : ୨୯/୦୪(ରତ୍ନଗିରି ନ୍ୟୁଜ୍ ) – ବରୀ ବ୍ଲକ ଅନ୍ତର୍ଗତ ଧରାପୁର ପଞ୍ଚାୟତର ନାଥପୁର ଠାରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହେଉଛି।ଚଳିତବର୍ଷ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସ ର ସହ ଅନୁଷ୍ଠିତ ହେଉଥିବାରୁ ଭକ୍ତ ଓ ଆୟୋଜକ ମାନଙ୍କ ମଧ୍ୟ ରେ ସନ୍ତୋଷ ପ୍ରକାଶ ପାଇଛି ।ପ୍ରତିବର୍ଷ ଆଜି ର ଦିନରେ ଏହି ଶନିଶ୍ଚରଙ୍କ ପୀଠ କୁ ଶହ ଶହ ଶ୍ରଦ୍ଧାଳୁ ଙ୍କର ସମାଗମ ହୋଇଥାଏ। ଭକ୍ତ ମାନେ ନିଜର ମନୋବାଞ୍ଛା ପୂରଣ ନିମନ୍ତେ କୂପରୁ କଳସୀରେ ଜଳଆଣି ଶନିଦେବ ଙ୍କ ମସ୍ତକରେ ଢାଳି ଜଳାଭିଷେକ କରିଥାନ୍ତି । ଏହି ଉପଲକ୍ଷେ ଏଠାରେ ବଡ ଧାରଣର ମେଳା ଦେଖିବାକୁ ମିଳେ । ପୀଠରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ଦ୍ୱାରା ଭଜନ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା l ସେହିପରି ବରୀ ର ବିଭିନ୍ନ ଶନି ପୀଠ ରେ ଭକ୍ତ ମାନେ ଜଳାଭିଷେକ କରିଥିଲେ l
Related Stories
December 9, 2024
December 1, 2024