ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଜୀବନ ରକ୍ଷା ପାଇଁ ସାମ୍ବାଦିକ ମାନଙ୍କୁ ଟୀକା ପ୍ରଦାନ କ୍ଷେତ୍ରରେ କୋହଳ ମନୋଭାବ ପ୍ରଦର୍ଶନ କରି ୱେବ ମିଡିଆ ସାମ୍ବାଦିକ ମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ବି.ଜେ.ଡି ନେତା ତଥା ବରିଷ୍ଠ ସାମ୍ବାଦିକ ସଚୀଶ ବିଶ୍ୱାଳ ନିବେଦନ କରିଛନ୍ତି । ଏଥିନେଇ ସେ ଆଜି ମୁଖ୍ୟମନ୍ତ୍ରୀ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ, ଲୋକ ମାନଙ୍କ ନିକଟରେ ତୁରନ୍ତ ଖବର ପହଂଚାଇବା କ୍ଷେତ୍ରରେ ୱେବ ସାମ୍ବାଦିକ ମାନଙ୍କର ଭୂମିକା ରହିଛି । ହେଲେ ଆଇନଗତ କଟକଣା କାରଣରୁ ସ୍ୱାସ୍ଥ୍ୟବୀମା କାର୍ଡ ପାଇ ପାରି ନଥିବାରୁ ଏହି ସାମ୍ବାଦିକ ମାନେ କରୋନା ଟୀକା ପାଇ ପାରିଲେ ନାହିଁ । ସେମାନେ ମଧ୍ୟ ସାମ୍ବାଦିକ ଭାବେ ଖବର ସଂଗ୍ରହ କରି ସମାନ କାମ କରୁଥିବା ବେଳେ କରୋନା ମହାମାରୀ ଟୀକା ନନେଇ ପାରିବା ଅମାନବୀୟ କାର୍ଯ୍ୟ ପରି ମନେ ହେଉଛି । ଯେହେତୁ ସେମାନଙ୍କୁ ସରକାର ଖବର ପରିବେଷଣର ସୁଯୋଗ ଦେଉଛି, ତେଣୁ ସେମାନଙ୍କୁ ଅନ୍ୟ ସୁବିଧା ନଦେଲ ନାହିଁ, କିନ୍ତୁ ମହାମାରୀରୁ ବଂଚି ରହିବା ପାଇଁ କରୋନା ଟୀକା ପ୍ରଦାନର ସୁଯୋଗ ପ୍ରଦାନ ପାଇଁ ସତୀଶ ଅନୁରୋଧ କରିଛନ୍ତି । ଏଥିରେ ସତୀଶ ଦର୍ଶାଇଛନ୍ତି ଯେ, କରୋନା ଭଳି ମହାମାରୀ ସମୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ ମାନବିକତା ପୂର୍ଣ୍ଣ ନିଷ୍ପତି ଓ ପଦକ୍ଷେପ ନେଇ ସମଗ୍ର ଦେଶରେ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଏ କ୍ଷେତ୍ରରେ ମଧ୍ୟ ସାମ୍ବାଦିକତା କାର୍ଯ୍ୟ କରୁଥିବା ପ୍ରତ୍ୟେକ ସାମ୍ବାଦିକଙ୍କୁ ସମାନ ଟୀକା ପ୍ରଦାନ କରାଯାଉ । କେବଳ ସାମ୍ବାଦିକଙ୍କୁ ଟୀକା ଦେଇଦେଲେ ତାଙ୍କ ପରିବାର ମଧ୍ୟ କରୋନା ସଂକ୍ରମିତ ହେବାର ସମ୍ବାବନା ରହିଛି । ତେଣୁ ସମୁଦାୟ ସେମାନଙ୍କ ପରିବାରକୁ ଏହି ଟୀକା ବ୍ୟବସ୍ଥା କରାଗଲେ ଗୋଟିଏ ପରିବାର ରୋଗମୁକ୍ତ ହେବାର ଆସ୍ୱାସନା ପାଇ ପାରନ୍ତା ବୋଲି ସତୀଶ ଦର୍ଶାଇଛନ୍ତି ।
Related Stories
December 9, 2024
December 1, 2024