ହିଞ୍ଜିଳିକାଟୁ (ରତ୍ନଗିରି ନ୍ୟୁଜ) :- ହିଞ୍ଜିଳି ପୌରପରିଷଦ ନିର୍ବାଚନ ପାଇଁ ବିଜେଡ଼ି,ବିଜେପି, କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କଂଗ୍ରେସ ଦଳ ପାଇଁ ହିଞ୍ଜିଳି ପୌରପରିଷଦ ଦଳୀୟ ସଭାପତି ସୁନାରାମ ସାବତ , ଭାରତୀୟ ଜନତା ପାର୍ଟି ତରଫରୁ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନାମ ଦଳୀୟ ପ୍ରାର୍ଥୀ ରୂପେ ଘୋଷଣା ହୋଇଥିବା ବେଳେ ପୁର୍ବତନ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଙ୍କୁ ବିଜେଡ଼ି ଦଳ ତରଫରୁ ଘୋଷଣା କରାଯାଇଛି । ସଧାରଣରେ ଆଲୋଚନା ହେଉଥିବା ବିଜେଡି ଦଳୀୟ ଅଧ୍ୟକ୍ଷ ପଦବୀଚୟନର କଳ୍ପନା ଜଳ୍ପନା ଆଜି ଅନ୍ତ ଘଟିଛି । ଏପରି କି ବିଜେଡ଼ି ଟିକଟ ହାତେଇବା ପାଇଁ ବହୁ ନେତୃସ୍ଥାନୀୟ ବ୍ଯକ୍ତି ଲବିରେ ଥିବା ଚର୍ଚ୍ଚା ହେଉଥିଲା ବେଳେ ଆଜି ପୁରୁଣା ମୁହଁ ଉପରେ ନିର୍ଭର କରିଛନ୍ତି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଦାବିଦାର ପ୍ରାର୍ଥୀ ଆଶାବାନ୍ଧି ରହିବା ସ୍ଥାନୀୟ ଲୋକଙ୍କ ଆଲୋଚନାରୁ ପ୍ରକାଶ ପାଇଛି। କିନ୍ତୁ ଦଳର ରଣକୌଶଳ ପ୍ରକାରେ ପୂର୍ବତନ ଉପାଧ୍ଯକ୍ଷ ସୁବାଷ ଚନ୍ଦ୍ର ପଲେଇଙ୍କ ନାମ ବିଜୁ ଜନତା ଦଳ ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀରୂପେ ଚୟନ ଅପରାହ୍ନରେ ଏହା ଘୋଷିତ ହୋଇଥିଲ।ଚଳିତ ବର୍ଷର ପଞ୍ଚାୟତ ନିର୍ବାଚନରେ ବିଜେଡିର ଭୋଟ ହାର ବଢିବା ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ର ବିଜୟ ଆଶାତୀତ ଭାବେ ବଢ଼ିବାରେ ହିଞ୍ଜିଳିରେ କର୍ମୀ ଓ ନେତାଙ୍କ ଉତ୍ସବ ଗାଁ ଗାଁ ରେ ଚାଲିଥିବା ବେଳେ ସହରରେ ମଧ୍ୟ ଜୟଜୟ ଗାନ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ହିଞ୍ଜିଳି ପୋୖରାଞ୍ଚଳରେ କିପରି ରଣନୀତି ପ୍ରସ୍ତୁତ କରି ପୌର ନିର୍ବାଚନ ମଇଦାନରେ ଟକ୍କର ଦେବେ ଏବଂ ବିଜୟ ହାସଲ କରିବେ ତାହାର ମଧ୍ୟ ରଣନୀତି ପ୍ରସ୍ତୁତ ଶେଷ ହୋଇଯାଇଛି । ପୁର୍ବତନ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇଙ୍କ ଟିମ ଉପରେ ଭରସା ରଖି କ୍ଳିନ ସୁଇପ ଲକ୍ଷ୍ୟ ରଖିଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପି କାଉନସିଲର ପଦବୀ ହାତେଇବା ଲକ୍ଷ୍ୟ ରଖିଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଏବଂ ବିଜେପି ଉଭୟ ପ୍ରାର୍ଥୀ ଖୋଦ ହିଞ୍ଜିଳି ଅଞ୍ଚଳର ହୋଇଥିବା ବେଳେ ନୂତନ ଶାସକ ଦଳର ସଦସ୍ୟ ଅଙ୍କୋରଡ଼ା ଅଞ୍ଚଳରୁ ଶାସକଦଳ ପ୍ରାର୍ଥୀ ରୁପେ ଚୟନ କରିଛି ବୋଲି ସ୍ଥାନୀୟ ପୋୖରାଞ୍ଚଳରେ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛି ବୋଲି ବୁଦ୍ଧିଜୀବି ଏବଂ ସ୍ଥାନୀୟ ଜନସାଧାରଣ କହିଛନ୍ତି ।
Related Stories
December 1, 2024