ସାନଖେମୁଣ୍ଡି(ରତ୍ନଗିରି ନ୍ୟୁଜ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଲାଭଣଜା ଗ୍ରାମପଞ୍ଚାୟତ ର ଖୋଲଡ଼ି ଗ୍ରାମରେ ଏକ ସମର୍ଦ୍ଧାନ ସଭାର ଆୟୋଜନ କରାଯାଇଥିଲା ଏହି ସଭାରେ ସାନଖେମୁଣ୍ଡି ଗଡ଼ ର ଯୁବରାଜ ଶ୍ରୀ ବୀରକିଶୋର ଦେଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତାଙ୍କୁ ଗ୍ରାମବାସୀଙ୍କ ସହଯୋଗ ରେ ଫୁଲ ଚନ୍ଦନଓ ନାନା ବାଜା ବାଜଣା କରି ସ୍ୱାଗତ କରାଯାଇଥିଲା ଖୋଲଡ଼ି ଗ୍ରାମର ଯେ ଗୁରୁବାରୁ ଦୋରା ଲାଠି ଚାଳନାରେ ସର୍ବ ଭାରତୀୟ ସ୍ତରରେ ୨ ଟି ରୋପ୍ୟ ପଦକ ପାଇଛନ୍ତି ।
ତାଙ୍କୁ ସାନଖେମୁଣ୍ଡି ଗଡର ଯୁବରାଜ ରୋପ୍ୟ ପଦକ ଦେବା ସହିତ ମାନ ପତ୍ର ପ୍ରଦାନ କରିଥିଲେ ।ତଥା ଆଇନଜୀବୀ ଓ ସାମ୍ବାଦିକ ଶ୍ରୀ ବିଜୟ ପ୍ରଧାନ ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ ଓ ଯେ ନିଳଞ୍ଚଳ ଦୋରା ମୁଖ୍ୟ ପରିଚାଳକ ଦାଇତ୍ୱ ତୁଲାଇ ଥିଲେ ଓ ମୌଲାଭଣଜା ଗ୍ରାମପଞ୍ଚାୟତ ର ନ୍ୟାୟାବ ସରପଞ୍ଚ ଶ୍ରୀ ବିଟୁ ଗୌଡ଼ , ସରପଞ୍ଚ ପ୍ରତିନିଧୀ ପିଣ୍ଟୁ ସେଠି , ୱାର୍ଡ ସଭ୍ୟ ସୁଶାନ୍ତ ସାହୁ ,ଡ଼ି ଦିବାକର ଦୋରା ଏବଂ ଖୋଲଡ଼ି ମାଁ ଗ୍ରାମଦେବତୀ ଯୁବକ ସଂଘ ସଭ୍ୟ ମାନେ ତଥା ଏମ ପିଙ୍କୁ ଦୋରା, ଯେ କାଳୁ ଦୋରା, ଯେ ମୁନା ଦୋରା ,ଯେ ସୁକାନ୍ତ ଦୋରା ,. ଡି ସନ୍ତୋଷ ଦୋରା ,ଟି ସଦାନନ୍ଦ ଦୋରା, ଏସ ମିଥୁନ ଦୋରା, ଡ଼ି ଅଜିତ ଦୋରା, ପ୍ରମୋଦ ସେଠି, ଯେ ବଳରାମ ଦୋରା, ବିନୋଦ ନାୟକ, ସମସ୍ତେ ଉପସ୍ଥିତ ଥିଲେ। ଓ ପୁରୁଣା କଳା ସଂସ୍କୃତି କୁ କେମିତି ପୁନରୁଦ୍ଧାର କରି ଏହା କେମିତି ବିଶ୍ୱ ଦରବାରରେ ପହଁଚିବ ସେ ଉପରେ ମତ ବ୍ୟକ୍ତ କରିଥିଲେ।ଏବଂ ସର୍ବ ଶେଷରେ ଗ୍ରାମବାସୀ ଖୁସି ବ୍ୟକ୍ତ କରି ଧନ୍ୟବାଦ ଜଣାଇ ଥିଲେ