ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ) ୧୫/୦୬,ବର୍ଷାଦିନର ଘର ତିଆରି କାର୍ଯ୍ୟ ସକାଶେ ବାଲିର ନିଅଣ୍ଟିଆ ଚାହିଦାକୁ ଦୃଷ୍ଟିରେ ରଖି ବାଲି ଶୈରାତରୁ ଚୋରାଚାଳଣ ହୋଇ ବାଲି ଗଚ୍ଛିତ କରାଯାଏ , ଯାହାକି ଚଢ଼ା ଦରରେ ମାଲିକ ଲୋକମାନଙ୍କୁ ପରୋକ୍ଷରେ ଲୁଟିବା ସହ ସରକାରଙ୍କ ରାଜସ୍ବ କ୍ଷତିରେ ରହିଥିବା ସୂଚନା ମିଳିଛି । ବାଲିଘାଟରୁ କେତେ ପରିମାଣର ବାଲି ଉଠାଯିବା ତାହା କାର୍ଯ୍ଯାଳୟ ପକ୍ଷରୁ ନିୟମ ରହିଥିଲେ ମଧ୍ୟ ସ୍ଥାନୀୟ ରାଜସ୍ବ ନିରକ୍ଷକଙ୍କ ଅନୁପସ୍ଥିତିରେ ଏବଂ ସଲାସୁତୁରାରେ ପ୍ରାୟ ଶହ ଶହ ସିଏମ ବାଲି ଟ୍ରାକ୍ଟରରେ ବେନିୟମ ବାଲିଉଠାଣ ହୋଇଥିବା ଗ୍ରାମବାସୀ ମାନେ କହିଛନ୍ତି । ଯାହାକି ନିୟମକୁ ଉଲଘଂନ ହୋଇ ବର୍ଷାଋତୁ ପାଇଁ ମାଲିକମାନେ ଗଚ୍ଛିତ ରଖୁଥିବା ଥିବା ଗ୍ରାମରେ ଦେଖିବା ପାଇଁ ମିଳିଛି । ସେହିପରି ଏକ ଦୃଶ୍ୟ ଦେଖିବା ମିଳିଛି ହିଞ୍ଜିଳି ତହସିଲ ଅନ୍ତର୍ଗତ ଘୋଡାହାଡ ନଦୀରେ । ହିଞ୍ଜିଳି ଅଞ୍ଚଳରେ ଦୁର୍ମୂଲ୍ୟ ଥିବା ଘୋଡାହାଡ ବାଲିର ଚାହିଦାକୁ ଧ୍ୟାନଦେଇ ସ୍ଥାନୀୟ ଶାସକଦଳ ଜନନେତା ଏବଂ ତହସିଲ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀଙ୍କ ସଲାସୁରୁରାରେ ଏଠାରୁ ନିର୍ଦ୍ଧୁମ ବାଲି ଚୋରା ଚାଲାଣ ହେଉଅଛି ।
ସୂଚନା ପ୍ରକାରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଧିନ ବିଭିନ୍ନ ତହସିଲ ଅଞ୍ଚଳରେ ଥିବା ଘୋଷିତ ଏବଂ ଅଣ ଘୋଷିତ ବାଲି ଶୈରାତରୁ ମିଳିତ ଷଡଯନ୍ତ୍ର ପ୍ରକାରେ ଅବୈଧ ବାଲି ଚାଲାଣ ହେଉଥିବା ଅଭିଯୋଗ ରହିଅଛି । ଏହି କ୍ରମରେ ବିଭିନ୍ନ ତହସିଲ ଅଧୀନ ବାଲି ଘାଟକୁ ଅଣ ନୀଲାମି ରଖି ଯୋଜନାବଦ୍ଧ ଭାବରେ ଏଠାରୁ ସରକାରୀ ମାଫିଆଙ୍କ ଦ୍ଵାରା ନିୟମିତ ବାଲି ଉଠାଣ ହୋଇ ଆନ୍ଧ୍ର ଚାଲାଣ ହେଉଅଛି । ଆନ୍ଧ୍ରରେ ଦୁର୍ମୂଲ୍ୟ ଥିବା ଗଞ୍ଜାମ ଜିଲ୍ଲା ବାଲିର ଚାହିଦାକୁ ଧ୍ୟାନଦେଇ ସ୍ଥାନୀୟ ଶାସକଦଳର ଜନନେତା ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଲାସୁରୁରାରେ ଏଠାରୁ ନିର୍ଦ୍ଧୁମ ବାଲି ଚୋରା ଚାଲାଣ ହେଉଅଛି । ଏଥିନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ କ୍ରିୟାଶୀଳ ହୋଇଅଛି , କିନ୍ତୁ ଗଳାବାଟରେ ବାଲି ଚୋରାଚାଳଣ ରେ ମାଲାମାଲ ବାଲିମାଫିଆ ଏବଂ ବଳି ପଡୁଛନ୍ତି ସାଧାରଣଜନତା ।
Related Stories
November 3, 2024
November 3, 2024