ବରୀ, (ନି.ପ୍ର)୦୩/୦୨: କବିତା ହୃଦୟର କଥା କହେ । ଯେଉଁ କବିତା ପାଠକର ହୃଦୟକୁ ଅଧିକରୁ ଅଧିକ ଭାବରେ ଛୁଇଁ ପାରିଲା ତାହା ନିଶ୍ଚିତ ଭାବରେ କାଳଜୟୀ ହୋଇଥାଏ । ତେଣୁ ସାହିତ୍ୟ ସୃଷ୍ଟି କରୁଥିବା ପ୍ରତ୍ୟେକ ସାରସ୍ୱତ ସ୍ରଷ୍ଟା ପାଠକୀୟ ଶ୍ରଦ୍ଧାକୁ ଦୃଷ୍ଟି ଆଗରେ ରଖି କଲମଚାଳନା କରିବା ଉଚିତ ବୋଲି ବିଶିଷ୍ଟ କବି ପ୍ରଭାକର ଶତପଥି ମତବ୍ୟକ୍ତ କରିଛନ୍ତି ।
ସାମନ୍ତସିଂହାର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ କବି ବ୍ରଜ ମୋହନ ସାମଲଙ୍କ ସଭାପତିତ୍ୱରେ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅନ୍ୟତମ ଅତିଥିଭାବେ କବି ଡକ୍ଟର ଭାଗ୍ୟଧର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀମାନେ କିଛି କିଛି ସାହିତ୍ୟ ସୃଷ୍ଟି କରିବାକୁ ପରାର୍ମଶ ଦେଇଥିଲେ । ଶିଶୁ ସାହିତ୍ୟିକ ଅଜୟ କୁମାର ଜେନାଙ୍କ ସଂଚାଳନରେ ଅନୁଷ୍ଟିତ କବିତା ପାଠୋତ୍ସବରେ ଶୈଳଜ ଶଙ୍କର ସାମଲ କବିତା ଗୁଡିକୁ ସଂଯୋଜନା କରିଥିଲେ । ଅଧ୍ୟାପକ ରବିନ୍ଦ୍ର ଦାସ କବିତା ପାଠୋତ୍ସବରେ ପଠନ କରାଯାଇଥିବା କବିତାଗୁଡିକୁ ସମୀକ୍ଷା କରିଥିଲେ । କବି ପ୍ରଭାକର ଶତପଥି, ଗୋମତୀ ପଣ୍ଡା, ମହାପାତ୍ର ବନ୍ଦନା ସାମଲ, ପାବକ ମହାପାତ୍ର, ବିଶ୍ୱବନ୍ଦିତା ଦାସ, ଗିରିବାଳା ସାହୁ, ତୁଷାର ରଂଜନ ମହାନ୍ତି, କର୍ଣ୍ଣ ଚନ୍ଦ୍ର ଘଡାଇ, ନିରଂଜନ ସାହୁ, କାଦମ୍ବିନିୀ ଜେନା, ରବିନ୍ଦ୍ର ଦାସ, ଡକ୍ଟର ଭାଗ୍ୟଧର ସାହୁ, ଶୈଳଜ ଶଙ୍କର ସାମଲ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।
Related Stories
December 9, 2024
December 1, 2024