ଯାଜପୁର (ରତ୍ନଗିରି ନ୍ୟୁଜ) : ସାହିତ୍ୟ ବାର୍ତ୍ତାର ସୁ ସଂପାଦକ ସାହିତ୍ୟାରୁଣ ପ୍ରଫୁଲ୍ଲ ଚନ୍ଦ୍ର ସାହାଣିଙ୍କ ପ୍ରଥମ ବାର୍ଷିକ ସ୍ମରଣ ଦିବସ ଅବସରରେ ଶନିବାର ଦିନ ତାଙ୍କର ଜନ୍ମପୀଠ ପଲ୍ଲୀ ଗାଁ ଗୋବିନ୍ଦପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।ବିଶିଷ୍ଟ ସାହିତ୍ୟିକ ତଥା କବି ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ରଂଜିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମନୋଜ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ସ୍ୱର୍ଗତ ସାହାଣୀଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ସନ୍ତୋଷ କୁମାର ନନ୍ଦ,ମଧୁସୁଦନ ମହାପାତ୍ର,ସ୍ମୃତି ଲିପିର ସଂପାଦକ ଭୁବନ ମୋହନ ମହାନ୍ତି, ସ୍ଥାନୀୟ ସରପଂଚ କଳ୍ପନା ଭୂୟାଁ,ବିକ୍ରମ ମହାପାତ୍ର, ସୁବାସ ଚନ୍ଦ୍ର ପଣ୍ଡା,ବାମଦେବ ସାହାଣି, ମନମୋହନ ପାଢୀ,ଅଞ୍ଜଳି କର,ବିଷ୍ଣୁ ଚରଣ ରାଉତ,ଭାଷ୍କର ମହାନ୍ତି,ମହାରାଜ ଭୋଳାନାଥ ଦାସ,ରବିନ୍ଦ୍ର ମିଶ୍ର, ନିରଂଜନ ସାହୁ ,ସମ୍ମାନିତ ବକ୍ତା ଅନନ୍ୟାର ସଂପାଦକ ହୃଷିକେଶ ପତି , ଦୁର୍ଯ୍ୟୋଧନ ପଢିଆରୀ ପ୍ରମୁଖ ଅତିଥି ମାନେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାହିତ୍ୟ ବାର୍ତ୍ତାର ସହ ସଂପାଦିକା ବୀଣାପାଣି ବଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ରଂଜିତା ରାଉତ, ସରପଂଚ କଳ୍ପନା ଭୂୟାଁ ସ୍ୱର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ସାହାଣି ଓ ତାଙ୍କ ପିତା ସ୍ୱର୍ଗତ ମାଧବା ନନ୍ଦ ସାହାଣିଙ୍କର ପ୍ରତିମୂର୍ତ୍ତୀକୁ ଅନାବରଣ କରିଥିଲେ । ଏତଦ୍ ଭିନ୍ନ ସ୍ୱର୍ଗତ ସାହାଣିଙ୍କ ସ୍ମୃତିରେ ‘ପ୍ରଫୁଲ୍ଲିତ ପ୍ରଫୁଲ’ ନାମକ ଏକ ସ୍ମରଣିକା ତାଙ୍କର ପୁତ୍ର ସୀମାଦ୍ରୀ ସାହାଣିଙ୍କ ସଂପାଦନାରେ ପ୍ରକାଶ ପାଇଥିଲା । ଏହି ସ୍ମରଣୀକା କୁ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ମନୋଜ କୁମାର ରାଉତ ଓ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସ୍ୱର୍ଗତ ସାହାଣିଙ୍କ ଜ୍ୟେଷ୍ଠପୁତ୍ର ସଂଗ୍ରାମ ସାହାଣି ଉପସ୍ଥିତ ପ୍ରଫୁଲ୍ଲା ପ୍ରେମୀ ସଜ୍ଜନଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଶିକ୍ଷାବିତ୍ ପ୍ରହଲ୍ଲାଦ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଯାଜପୁର ରୁ ନଗେନ କୁମାର ଜେନା ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ