ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଅଧିନସ୍ଥ ବାଲିବିଲ ଏମ ଏସ ଗ୍ରାଉଣ୍ଡରେ ଉତ୍କଳ ଗୌରବ ଯୁବ ସଂସଦ ଆନୁକୂଲ୍ୟରେ ତାର ୩୫ ତମ ବାର୍ଷିକ କ୍ରୀଡା ଉତ୍ସଵର ଫାଇନାଲ ମ୍ୟାଚ ଗୋପବନ୍ଧୁ କ୍ରିକେଟ କ୍ଲବ ଇନ୍ଦୁପୁର ଏବଂ ନୀଳଚକ୍ର ଯୁବକ ସଂଘ ଅକରପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଗୋପବନ୍ଧୁ କ୍ରିକେଟ କ୍ଲବ ଇନ୍ଦୁପୁର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂନ୍ଦୁପୁର ତରଫରୁ ଗୌରବ ଚୋଧୁରୀ ଏବଂ ନୟନ ଗୁପ୍ତାଙ୍କ ଅର୍ଦ୍ଧ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ୨୫୯ ରନ ସଂଗ୍ରହ କରିଥିଲା। ଇନ୍ଦୁପୁର ପକ୍ଷରୁ ଗୌରବ ଚୌଧୁରୀ ସର୍ବାଧିକ ୮୪ ରନ ସଂଗ୍ରହ କରିଥିଲେ। ପ୍ରତି ଜବାବରେ ଅକରପଡା ପ୍ରକ୍ଷରୁ ପ୍ରଥମ ଓଭରରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା ଫଳରେ ତାର ସମସ୍ତ ଉଇକେଟ୍ ହରାଇ ମାତ୍ର ୧୨୨ ରନ କରିଥିଲା। ଅକରପଡା ତରଫରୁ ଦେଶରାଜ ମହାନ୍ତି ସର୍ବାଧିକ ୪ ଚୌକା ଏବଂ ଗୋଟିଏ ଛକା ସହିତ ୨୯ ରନ କରିଥିଲେ।ଇନ୍ଦୁପୁରର ନୟନ ଗୁପ୍ତା ୭୩ ରନ ସହିତ ୩.୪ ଓଭର ରେ ମାତ୍ର ୧୨ ରନ ପ୍ରଦାନ କରି ୩ ଟି ୱିକେଟ୍ ଅକ୍ତିଆର କରି ମ୍ୟାନ ଅଫ ଦି ଫାଇନାଲ ଘୋଷିତ ହୋଇଥିଲେ।ଇନ୍ଦୁପୁର ୧୩୭ ରନ ବ୍ୟବଧାନରେ ବିଜୟ ହାସଲ କରିଥିଲା। ପ୍ରଶାନ୍ତ କୁମାର ରାଉତ ଏବଂ ଜ୍ଞାନ ରଞ୍ଜନ ସ୍ୱାଇଁ ଖେଳ ପରିଚାଳନା କରିଥିବା ବେଳେ। ଧାରା ବିବରଣୀ ଦାୟିତ୍ଵରେ ଅଶ୍ୱିନ କୁମାର ସାମଲ, ଅଜୟ ସାମଲ, ମାନ ଗୋବିନ୍ଦ ସାମଲ ଏବଂ ସ୍ମୃତି ରଞ୍ଜନ ସାମଲ ରହିଥିଲେ। ମୁଖ୍ୟ ହିସାବ ରକ୍ଷକ ଦାୟିତ୍ୱରେ ଦୁଃଶାସନ ବେହେରା ରହିଥିବା ବେଳେ ପ୍ରତିକ କୁମାର ସ୍ୱାଇଁ, ସ୍ନେହାସିସ ସାମଲ, ସଞ୍ଜୟ ବେହେରା ଓ ଅମରେଶ କୁମାର ନାଥ ତାଙ୍କୁ ସହଯୋଗ କରିଥଲେ। ମୁଖ୍ୟ ଅତିଥି ଭାବେ ବରୀ ଥାନାଧିକାରୀ ପ୍ରକାଶ କୁମାର ସାହୁ ଉପସ୍ଥିତ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବାଲିବିଲ ଗ୍ରାମର ସରପଞ୍ଚ ମଧୁସ୍ମିତା ସାମଲ, ସମିତି ସଭ୍ୟା ସୁଧାଂଶୁବାଳା ସାମଲ, ସମାଜସେବୀ ଅମରେଶ ପରିଡା ଉପସ୍ଥିତ ଥିଲେ। ୟୁ ଜି ଏ ଏ ର ସଭାପତି ଶୁଭ୍ରାଂଶୁ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହେନ୍ଦ୍ର କୁମାର ସ୍ୱାଇଁ ମଂଚ ପରିଚାଳନା କରିଥିଲେ। ସମ୍ପାଦକ ନିହାର ରଞ୍ଜନ ସାମଲ, କୋଷାଧକ୍ଷ ପ୍ରଶାନ୍ତ ପଢିହାରୀ, ଦିଲୀପ କୁମାର ସ୍ୱାଇଁ, ସୁଦ୍ଧାଞ୍ଜୟ ସାମଲ, ଯଯାତି ସାମଲ, ଅବିନାଶ, ଅନୁରାଗ, କାର୍ତିକ, ସମ୍ବିତ, ଦୀପକ, ଦେବାଶିଷ ପ୍ରମୂଖ ସହଯୋଗ କରିଥିଲେ।ଶେଷରେ ସୁଧାଂଶୁ ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
Related Stories
December 1, 2024
November 25, 2024