ପାଇକମାଳ(ରତ୍ନଗିରି ନ୍ୟୁଜ) ୨୪।୧୨ : ପାଇକମାଳ ବ୍ଳକ ଛିନ୍ଦେଇକେଲା ରାଜିଂ ଷ୍ଟାର କ୍ରିକେଟ କ୍ଳବ ପକ୍ଷରୁ ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ସହଦେବ ମେମୋରିଆଲ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛିନ୍ଦେଇକେଲା ସରପଞ୍ଚ ରାମ ଚନ୍ଦ୍ର ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରଶାନ୍ତ ରଣା, ରାଜୀବ ସାହୁ ଉପସ୍ଥିତ ଥିଲେ । ପଦ୍ମପୁର ଓ ବଲାଙ୍ଗୀର ମଧ୍ୟରେ ଉଦଘାଟନୀ ମ୍ୟାଚରେ ବଲାଙ୍ଗୀର ୪୭ ରନରେ ବିଜୟୀ ହୋଇଥିଲା । ୨୦ ଓଭର ବିଶିଷ୍ଟ ମ୍ୟାଚରେ ବଲାଙ୍ଗୀର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୬୫ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବବଲୁ ସେଠି ୩୪ ରଘୁବିନ୍ଦ୍ର ତ୍ରିପାଠୀ ୪୧ ଓ ସତ୍ୟଜିତ ସାହୁ ୨୮ ରନ ସଂଗ୍ରହ କରିଥିଲେ।
ବଲାଙ୍ଗୀର ଦଳରୁ ଧରଣୀ ବାରିକ ଓ ରଜତ ସିଂ ବରିହା ୩ ଓ୍ବେକଟ ନେଇଥିଲେ । ୧୬୬ ରନ ବିଜୟ ଲକ୍ଷ୍ୟ ନେଇ ପଦ୍ମପୁର ଦଳ ସମସ୍ତ ଓ୍ବେକଟ ହରାଇ ୧୧୮ ରନ ସଂଗ୍ରହ କରି ପରାଜିତ ହୋଇଥିଲେ । ଦଳ ପକ୍ଷରୁ ଅକ୍ଷୟ ଡନସନା ୩୧ ଓ ମନିତ ସୋନି ୨୨ ରନ ସଂଗ୍ରହ କରିଥିଲେ। ବଲାଙ୍ଗୀର ଦଳରୁ ରୋହିତ ସାହୁ,କିଶନ ନାୟକ ୩ ଓ୍ବେକଟ ଓ ସତ୍ୟଜିତ ସାହୁ ୨ ଓ୍ବେକଟ ନେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ରାମଚନ୍ଦ୍ର ସାହୁ,ଭୀମ ସାହୁ ଓ ଆନନ୍ଦ ସାହୁ ଯୋଗଦେଇ ବଲାଙ୍ଗୀର ଦଳର ସତ୍ୟଜିତ ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ପତିତପାବନ ସାହୁ ଖେଳ ଧାରାବିବରଣୀ ପ୍ରଦାନ କରିଥିଲେ। ଆସନ୍ତାକାଲି ନୂଆପଡ଼ା ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ମ୍ୟାଚ ହେବ ବୋଲି ଆୟୋଜକ କମିଟି ଉପଦେଷ୍ଟା ରୋହିତ ସାହୁ ସୂଚନା ଦେଇଛନ୍ତି ।