ବାଲିଆ କଲେଜ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯକ୍ରମ

ବରୀ,୩୧l୧(ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବାଯୋଜନା ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କର ଏକ ଶୋଭାଯାତ୍ରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବାହାରି ଗ୍ରାମ୍ୟ ସଡ଼କ ରାସ୍ତାରେ ଯାଇ ଲୋକମାନଙ୍କୁ ସଡକ ଦୁର୍ଘଟଣାରୁ କିଭଳି ରକ୍ଷା ପାଇବେ ସେ ସଂପର୍କରେ ସଚେତନ କରାଇଥିଲେ । ଅଧ୍ୟାପକ ପ୍ରଦୀପ କୁମାର ମୁଦୁଲି, ଅଧ୍ୟାପକ ନିମାଇଁ ଚରଣ ଲେଙ୍କା, ସୁକାନ୍ତ କୁମାର ଜେନା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ l

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *