ଗଞ୍ଜାମ (ରତ୍ନଗିରି ନ୍ୟୁଜ) : ସ୍ଥାନୀୟ ସଂସ୍କୃତି ଭବନ କାର୍ଯ୍ୟାଳୟ ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଉପସ୍ଥିତ ରହି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶିକୁ ଅଡିସନ୍ ମାଧ୍ୟମରେ ଚୟନ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସଂସ୍କୃତି ଭବନ, ଲୋକକଳା ମ୍ୟୁଜିୟମ ଏବଂ ବିଭିନ୍ନ ପ୍ରାଚୀନ ମନ୍ଦିରରେ ଉନ୍ନତି କରଣ, ବିଶିଷ୍ଟ ବ୍ୟକ୍ତି ବିଶେଷ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ଲୋକକଳା ସଂଘ ଓ କଳାକାରଙ୍କର ସୃଧୁଢି କରଣ, ସଂସ୍କୃତି ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପଯୋଗୀ କରାଯିବା, ଜିଲ୍ଲା କଳା ସଂସ୍କୃତି ସଂଘର କାର୍ଯ୍ୟାଳୟ, ଭାଗବତ ଟୁଙ୍ଗି ସମ୍ପୂର୍ଣ୍ଣ କରିବା ଆଦି ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ପରାମର୍ଶ କରିଥିଲେ ।
ଏ ସମ୍ପର୍କରେ ଗଂଜାମ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ମତାମତ ପ୍ରଦାନ କରିଥିଲେ । ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ ଜିଲ୍ଲା ଲୋକକଳା ଗ୍ରାମରେ ଝୋଟି, ମୁରୁଜ, ହୁଳହୁଳି, ଲଷ୍ମୀ ପୁରାଣ ପାଠ ଆଦିର ପ୍ରତିଯୋଗିତା କରାଯିବା ସହିତ ଗ୍ରାମରେ ଥିବା ଘର ଗୁଡିକୁ ଝୋଟି ଚିତା ଦେଇ ସଜାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶକ ଶ୍ରୀ ଦାସ ସଂସ୍କୃତି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ନିର୍ଦେଶକଙ୍କ ସହିତ ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ ଲୋକକଳା ସଂଘର ଉପସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢୀ, ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ନିର୍ଦ୍ଦେଶକ ଶ୍ରୀ ଦାସ ପବଞ୍ଚିବା କ୍ଷଣି ଜିଲ୍ଲାର କଳାକାର ମାନେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ ।