ଯାଜପୁର(ରତ୍ନଗିରି ନ୍ୟୁଜ) : ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ରୋଲ ଅବଜରଭର ବିବେକାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଏ.ଇ.ଆର.ଓ. ରୂପେ ଅବସ୍ଥାପିତ ସମସ୍ତ (ବିଡିଓ ଏବଂ ତହସିଲଦାର), ସିଡିପିଓ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଳ୍କ ଶିକ୍ଷାଧିକାରୀ, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ମାନଙ୍କୁ ନେଇ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ(ଏସ୍.ଏସ୍.ଆର.) ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଦୁଃଖବନ୍ଧୁ ନାୟକ ଏବଂ ଉପଜିଲ୍ଲା ପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଗୋପୀନାଥ କୁଅଁର, ଉପସ୍ଥିତ ଥିଲେ । ବୈଠକରେ ଯୁବ ଭୋଟର ମାନଙ୍କୁ ପଞ୍ଜିକରଣ କରିବା ପାଇଁ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଆସନ୍ତା ୧୦ ଦିନ ଧରି ଜିଲ୍ଳାରେ ଅବସ୍ଥିତ ଜୁନିୟର କଲେଜ ମାନଙ୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇ ଯୁବ ବର୍ଗର ଭୋଟର ମାନଙ୍କୁ ପଞ୍ଜିକୃତ କରିବାକୁ ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ ନଭେମ୍ୱର ୧୯ ତାରିଖରେ ମହାବିଦ୍ୟାଳୟର ଅଧକ୍ଷ ମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯିବ । ଏହି ବୈଠକରେ ଭୋଟର ସହିତ ଆଧାର ସଂଯୋଗୀକରଣ ଏବଂ ଅନ୍ଲାଇନ ପଞ୍ଜିକରଣକୁ ଗୁରୁତ୍ୱ ଦେବା ସହ ଏହାକୁ ଶତ ପ୍ରତିଶତ ସପଂଳ କରିବା ପାଇଁ ଅତିରିକ୍ତ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେବା ସହ ଗରୁଡ ଆପ୍ ଆପ୍ଳିକେସନ ମାଧ୍ୟମରେ ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।
Related Stories
December 1, 2024
November 25, 2024