ଶ୍ରୀରାଧା ମୋହନ ବିଦଗ୍ଧ ମହୋତ୍ସବରେ ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆ

ବରୀ (ରତ୍ନଗିରି ନ୍ୟୁଜ) : ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମପୀଠ ବରୀ ବ୍ଲକର ଅଭିମନ୍ୟୁ ବାଲିଆ ଠାରେ ଶ୍ରୀ ରାଧା ମୋହନ ବିଦଗ୍ଦ ମହୋତ୍ସବ ପୂଜ୍ୟପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ଶୁଭ ଆଗମନରେ ସମାପ୍ତି ଘଟିଛି । ପ୍ରାତଃ ୬ ଘଟିକାରୁ ରାଧାମୋହନଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀନାମ ସଂକୀର୍ତ୍ତନ , ଘୃତଯଜ୍ଞ,ସହିତ ଶ୍ରୀ ରାଧା ମୋହନ ଓ ମହାପୁରୁଷ ବିଦଗ୍ଦ କବିଙ୍କ ସମାଧୀଙ୍କୁ ଷୋଢଷ ଉପଚାର ସେବା ସମର୍ପଣ କରାଯାଇଥିଲା । ସଂଧ୍ୟାରେ ବାବା ବଳିଆଙ୍କୁ ମାଆ ଜାଗୁଲାଇ ମନ୍ଦିର ସନ୍ନିକଟରୁ ଏକ ବିଶାଳ ସଂକୀର୍ତ୍ତନ ଶୋଭା ଯାତ୍ରାରେ ଉଆସ ପର୍ଯ୍ୟନ୍ତ ଅଣାଯାଇଥିଲା । ପଦ୍ମଶ୍ରୀ ବାବା ବିଦଗ୍ଧ ରାଧା ମୋହନ ତତ୍ୱର ବିଶଦ ବାଖ୍ୟା କରି ଉପସ୍ଥିତ ସଜ୍ଜନଙ୍କୁ ମନ୍ତ୍ରମୁଗ୍ଦ କରିଥିଲେ ।

କାର୍ଯ୍ୟକ୍ରମକୁ ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା ସଂଚାଳନ କରିଥିବା ବେଳେ ଅନନ୍ତ ବଳିଆ କନ୍‌ଷ୍ଟ୍ରକ୍‌ସନ ଏଣ୍ଡ ସପ୍ଲାୟରସ୍ ତରଫରୁ ସାମନ୍ତ ସିଂହାର ପରିବାରରୁ ଗତ ଏମ୍ ବି ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢୁଥିବା ଦ୍ୱୟ ସନ୍ତାନ ଶ୍ରୀମାନ ଶୁଭ୍ର ସନ୍ତୋଷ ଜେନା ଓ ଶ୍ରୀମାନ ଭାରତ ଗୈାରବ ରାୟଙ୍କୁ ସମ୍ବର୍ଦ୍ଧନା ଫଳକ ସହିତ ଉପଢୈାକନ ପ୍ରଦାନ କରି ଶ୍ରୀମଦ୍ ବାବା ସମ୍ବର୍ଦ୍ଧିତ କରିଥିଲେ ।

ଏତଦ୍‌ଭିନ୍ନ ଜୟନ୍ତୀ ଦେବୀ କନ୍‌ଷ୍ଟ୍ରକ୍‌ସନ ଏଣ୍ଡ ସପ୍ଲାୟରସ୍ ତରଫରୁ ଅନ୍ୟଜଣେ ସାମନ୍ତ ସିଂହାର ବଂଶୋଦ୍‌ଭବ ତଥା ବର୍ତ୍ତମାନର ଯାଜପୁର ରୁଢିଆ ଗ୍ରାମର କନ୍ୟା ସୁଶ୍ରୀ ଅଲିଭା ଜେନା ଗତ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଏସ ପାଇଥିବାରୁ ତାଙ୍କୁ ମଧ୍ୟ ଶ୍ରୀମଦ୍ ବାବାଙ୍କ କରକମଳରେ ସମ୍ବର୍ଦ୍ଧିତ କରାଯାଇଥିଲା ସମସ୍ତ କାର୍ଯ୍ୟକ୍ରମକୁ ରାଧାମୋହନ ରାୟ, ଦିଲ୍ଲିପ କୁମାର ରାୟ, ବିଭୁତି ଭୂଷଣ ରାୟ, ସଂଗ୍ରାମ କୁମାର ରାୟ,ବସନ୍ତ କୁମାର ଜେନା , ସୁଶ୍ରୀ ବିଜେତା ରାୟ, ବିଭୂତି ଭୂଷଣ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *