ପୁରୀ (ରତ୍ନଗିରି ନ୍ୟୁଜ) ୦୮/୦୧: କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ବାହାର ବାସିନ୍ଦା ମାନଙ୍କୁ ସ୍ବର୍ଗଦ୍ବାରରେ ଶବଦାହ କିମ୍ବା ମହୋଦଧିରେ ଅସ୍ଥି ବିସର୍ଜନ ଉପରେ କଟକଣା ଜାରି କରାଯାଇଛି । ଜିଲ୍ଲା ମଧ୍ୟରୁ ଅଣ-କୋଭିଡରେ ମୃତ ବ୍ୟକ୍ତିଙ୍କ ସ୍ବର୍ଗଦ୍ବାରରେ ଶବଦାହ ନିମନ୍ତେ ଆବଶ୍ୟକୀୟ ପରିଚୟ ପତ୍ର ପ୍ରଦାନ କରିବାକୁ ହେବ । ଏଥିସହ କୋଭିଡ କଟକଣା କଡାକଡି ଭାବେ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏହି କଟକଣା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ନିର୍ଦ୍ଦେଶନାମା ଯାରି କରିଥିବା ବେଳେ ଉପଜିଲ୍ଲାପାଳ ତଥା ସ୍ବର୍ଗଦ୍ବାର ସେବା ସମିତିର ଆବାହକ ଶ୍ରୀ ଭବତାରଣ ସାହୁଙ୍କୁ ଏହା ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ରହିଛି ।
Related Stories
December 9, 2024
December 1, 2024