ବଲାଙ୍ଗିର (ରତ୍ନଗିରି ନ୍ୟୁଜ) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ “ଧାନଘରା” ତେଲନଦୀ ବ୍ରିଜ ତଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତ ଦେହ ଦେଖିବା ପରେ ପୋଲିସ କୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି। ମୃତ ଦେହ ଉଦ୍ଧାର ପରେ ତୁଷୁରା ପୋଲିସ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।
ଆଜି ପରିବାର ଲୋକ ଖବର ପାଇ ଶବ ବ୍ୟବଚ୍ଛେଦ ଗୃହକୁ ପହଞ୍ଚି ଥିଲେ। ପୋଲିସ ଉପସ୍ଥିତରେ ପରିବାର ଲୋକେ ମୃତ ଦେହକୁ ଚିହ୍ନଟ କରିଥଲେ। ମୃତଦେହଟି ଇନ୍ଦିରା ନଗର ଗରିବ ପାଣ୍ଡେଙ୍କ ବୋଲି ସୂଚନା ଦେଇଛନ୍ତି ସଦର ଏସ୍ଡିପିଓ ତୋଫାନ ବାଗ। କେମିତି ଭାବରେ ତାଙ୍କ ମୃତ୍ୟୁ ଘଟିଛି, ସେ ସଂପର୍କରେ ତଦନ୍ତ ଜାରି ରଖିଛି ପୁଲିସ ।