ଯାଜପୁର(ରତ୍ନଗିରି ନ୍ୟୁଜ) : ବିଶିଷ୍ଟ ଶିକ୍ଷାବିତ୍ ଆଦର୍ଶ ଶିକ୍ଷକ ସ୍ବର୍ଗତ ବିଷ୍ଣୁପଦ ତ୍ରିପାଠୀଙ୍କ ଦ୍ବାଦଶ ଦିବସରେ ତାଙ୍କ ବରୀ ବାଇଁଶିରିଆ ଇଚ୍ଛାପୁର ସ୍ଥିତ ବାସଭବନରେ ଛାତ୍ର ଓ ଗ୍ରାମବାସୀଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଶିକ୍ଷକ ଧନେଶ୍ଵର ରାଉତ ସଭାପତିତ୍ବ କରିଥିବାବେଳେ, ଜିଲ୍ଲା ର ବେଶ୍ ଜଣାଶୁଣା ବିଶିଷ୍ଟ ଶିକ୍ଷାବିତ୍ କୁଞ୍ଜବିହାରୀ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ଶିକ୍ଷକ ରତ୍ନାକର ସାହୁ, ପ୍ରମୋଦ ଧଳ, ଶରତ ଚନ୍ଦ୍ର କର, ମନୋଜ ସାହୁ, ସନ୍ତୋଷ କୁମାର ପାଢ଼ୀ, ନିର୍ମଳ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଦିବଙ୍ଗତ ଆତ୍ମାର ଆତ୍ମଜୀବନୀ ଅବଗତ କରାଇଥିଲେ। ଅଞ୍ଚଳର ଜଣାଶୁଣା ପଣ୍ଡିତ ଗାୟକ ପିତାମ୍ବର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ତ୍ରିପାଠୀଙ୍କ ଶୈଶବରୁ ଶେଷ ଯାତ୍ରାର ସୂଚନା ସମ୍ପର୍କରେ ଅବଗତ କରିଥିଲେ। ଏହି ସମୟରେ ବରିଷ୍ଠ ପୂଜକ ମାନଗୋବିନ୍ଦ କର ବେଦ ପଠନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାକୁ ସ୍ବର୍ଗତ ତ୍ରିପାଠୀଙ୍କ ଛାତ୍ର ରଶ୍ମିରଞ୍ଜନ, ଦେବାଶିଷ, ଶିବବ୍ରତ, ସୁରେଶ, ସତ୍ୟରଞ୍ଜନ, ଜ୍ଞାନରଞ୍ଜନ, ଅକ୍ଷୟ,ତୁଷାର , ସ୍ମୃତିରଞ୍ଜନ, ଚନ୍ଦ୍ରଭାନୁ ଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ଆଦର୍ଶ ଶିକ୍ଷକଙ୍କ ବିୟୋଗରେ ମ୍ରିୟମାଣ ପୂର୍ବକ ନିଜ ଗୁରୁଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସହ ସ୍ମୃତିଚାରଣ କରିଥିଲେ। ଶେଷରେ ଗୁରୁଜୀ ଶରତ କର ଓ ସନ୍ତୋଷ ପାଢ଼ୀ ଶ୍ରୀମଦ୍ ଭଗବତଗୀତାର ପଠନ କରିଥିଲେ।
Related Stories
December 9, 2024
December 1, 2024