ଆଦର୍ଶ ଶିକ୍ଷକ ପଣ୍ଡିତ ଜଗବନ୍ଧୁ ପାଢୀଙ୍କ ସ୍ମୃତିଚାରଣ

ବରୀ(ରତ୍ନଗିରି ନ୍ୟୁଜ) :- ଯାଜପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ଆଦର୍ଶ ଶିକ୍ଷକ ପଣ୍ଡିତ ଜଗବନ୍ଧୁ ପାଢୀଙ୍କ ଦ୍ୱାଦଶାହ ଅବସରରେ ସ୍ମୃତିଚାରଣ ସଭା ତାଙ୍କ ସାହାସପୁରସ୍ଥିତ ବାସଭବନ ନିକଟରେ ଅନୁଷ୍ଠିତ ହୋଇଯାଇଛି । ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ କୋରେଇ ବିଧାୟକଙ୍କ ପ୍ରତିନିଧି ପଣ୍ଡିତ ପ୍ରହଲ୍ଲାଦ ପଣ୍ଡା, ସମାଜସେବୀ ବଟକୃଷ୍ଣ ସାହୁ, ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଅଧ୍ୟକ୍ଷ ଅଶୋକ କୁମାର ରାଉତ, ଶିଶୁ ସାହିତ୍ୟିକ ଡଃ ଅଜୟ କୁମାର ଜେନା, ଜିନ୍ଦିଲ ଷ୍ଟିଲ ଆଣ୍ଡ ପାୱାରର ଉପମହାପ୍ରବନ୍ଧକ ପଦ୍ମ୍ୟୁନ କୁମାର ନାୟକ, ଶିକ୍ଷାବିତ୍ ଗୁରୁଚରଣ ସାହୁ, ସାମ୍ବାଦିକ ସୁବାଷ ଡୋରା, ସୁନ୍ଦରଗଡ ସରପଞ୍ଚ ସଂଘର ସମ୍ପାଦକ ଉଗ୍ରେସନ କିଶାନ୍‌,

ସୁନ୍ଦରଗଡ ସାମ୍ବାଦିକ ସଭାପତି ହେମଚନ୍ଦ୍ର ପ୍ରଧାନ, କୋଇଡା ସାମ୍ବାଦିକ ସଂଘର ସଭାପତି ସଞ୍ଜିବ କୁମାର ମହାପାତ୍ର, ସାମ୍ପାଦକ ବୁବୁ ଜେନା, ସାହାସପୁର ପୂର୍ବତନ ସରପଞ୍ଚ ବିଶ୍ୱଜିତ୍ ସାହାଣୀ, ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପାଢୀଙ୍କ ସମାଜପ୍ରତି ଥିବା ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସ୍ୱର୍ଗତ ପାଢୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପରେ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଭାଧାର ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବାହ୍ନରେ ପ୍ରବଚକ ତିଲନ୍ କୁମାର ଓ ତାଙ୍କ ସାଥି ଶିଶିର କୁମାର, ସୋନୁ, କିଶାନ୍‌, ଅର୍ଚ୍ଚନା, ଉମାଶଙ୍କର ପ୍ରମୁଖ ଆତ୍ମା ପରମାତ୍ମା ସମ୍ପର୍କରେ ଆଲୋଚନା ଓ ସଙ୍ଗୀତ ପରିବେଶଷ କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *