ବରୀ (ରତ୍ନଗିରି ନ୍ୟୁଜ ) : ବରୀ ବ୍ଳକ ଅନ୍ତର୍ଗତ ଗୋଳକୁଣ୍ଡ ପଞ୍ଚାୟତ ହରିପୁର ଗ୍ରାମରେ ପ୍ରଭୁ ଶ୍ରୀ ଜଗନାଥଙ୍କ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇ ଯାଇଛି l ଅନ୍ୟ ଜାଗାର ଘୋଷଯାତ୍ରା ଠାରୁ ଭିନ୍ନ ହୋଇ ଥାଏ ଏଠିକାର ରଥଯାତ୍ରା। ୨୪ ବର୍ଷରେ ପଦାର୍ପଣ କରିଥିବା ଏହି ଗୁଣ୍ଡିଚାଯାତ୍ରା ଗ୍ରାମରେ ବିଦ୍ୟମାନ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଭିନ ସେଵା କାର୍ଯ୍ୟ ମାଧ୍ୟମରେ ଶ୍ରଧାଳୁଙ୍କୁ ସେଵା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା ଏହି ରଥଯାତ୍ରାରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l ହରିପୁର ଗ୍ରାମର ଚାରି ଗୋଟି ସାହିରୁ ଚାରି ଗୋଟି ରଥ ଭିନ୍ନ ଭିନ ରାସ୍ତାରେ ଆସି ତାରିଣୀ ମନ୍ଦିର ଛକରେ ଏକତ୍ରିତ ହୋଇ ମାଉସୀ ମା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ l
ଏ ବର୍ଷ ନଈକୂଳ ସାହିର ରଥ ସବୁଠୁ ଅଧିକ ଆଡମ୍ବରରେ ଯଥା ପାଇକ ଆଖଡ଼ା, ମାଦଳ ବାଜା, ବାଡ଼ି ଖେଳ, ଡିଜେ ଓ ସଂକୀର୍ତନ ପ୍ରଭୃତି ଆସିଥିବା ଦେଖିବାକୁ ମିଳିଥିଲା l ମନ୍ଦିର କମିଟି ପକ୍ଷରୁ ଥଣ୍ଡା ପାନୀୟ ଓ ପ୍ରସାଦ ମଧ୍ୟ ବଣ୍ଟନ କରାଯିବା ସହିତ ପାଣି ସିଞ୍ଚନ ଦ୍ୱାରା ଗରମକୁ ମଧ୍ୟ କିଛି ପରିମାଣରେ ଆୟତ କରି ପାରିଥିଲେ। କମିଟିର ସଦସ୍ୟ/ସଦସ୍ୟା ମାନଙ୍କ ଏଭଳି ସେଵା କାର୍ଯ୍ୟ ପାଇଁ ପ୍ରଶଂସାର ପାତ୍ର ବୋଲି ଉପସ୍ଥିତ ଭକ୍ତମାନେ କହିଥିଲେ। ଏଭଳି କାର୍ଯ୍ୟ ଆଗାମୀ ବର୍ଷ ମାନଙ୍କରେ ଜାରି ରହିବ ବୋଲି ମନ୍ଦିର କମିଟିର କର୍ମକର୍ତ୍ତା ଦେବାଶିଷ ଜେନା, ସଂଜୟ କୁମାର ଜେନା, ଦୀପ୍ତି ରଞ୍ଜନ ଜେନା, ବଲରାମ ଜେନା, ଜ୍ଞାନ ରଂଜନ ଜେନା, ରମେଶ କୁମାର ଜେନା ପ୍ରମୁଖ ପ୍ରକାଶ କରିଛନ୍ତି lବରୀ ରୁ ସନ୍ତୋଷ କୁମାର ରାଉତ ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ