ବରୀ(ରତ୍ନଗିରି ନ୍ୟୁଜ) ୦୮/୦୮ : ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବ ଗତ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ସୋମବାର ଅପରାହ୍ନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ବିଶ୍ବାଳ ଯୋଗଦେଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ ସରକାର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଫାଇଭ୍ ଟି ରେ ଅନ୍ତର୍ଭୁକ୍ତ କରିବାକୁ ଯାଉଛନ୍ତି ବୋଲି ପ୍ରକାଶ କରିଥଲେ । ଏହି ଅବସରରେ ୮୭ଜଣ ବାଳକ ଓ ୯୩ ଜଣ ବାଳିକାଙ୍କୁ ଦୁଇ ଯୋଡ଼ା ପୋଷାକ ଏକ ଯୋଡ଼ା ଜୋତା, ଏକ ଗୋଟି ଟି ସାର୍ଟ, ଟୋପି ବ୍ୟାଚ ଓ ପରିଚୟ ପତ୍ର (ଆଇ କାର୍ଡ) ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ଯେନା ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ଥିଲେ।
Related Stories
November 9, 2024
November 9, 2024