ବଲାଙ୍ଗୀର(ରା଼ତ୍ନଗିରି ନ୍ୟୁଜ) ୧୨/୦୬: ଆଦିବାସୀ, ଦଳିତ, ପଛୁଆ ତଥା ଜନସାଧାରଣ ସହ ସମଗ୍ର ଅଞ୍ଚଳର ଅଭାବ ଅନାଟନ କଥା ରାଜ୍ୟ ସଭାରେ ଉଠାଇବି ରାଜ୍ୟସଭା ସାଂସଦ : ପାଟଣାଗଡ଼ ରେ ନିରଞ୍ଜନ ବିଶି ଙ୍କୁ ରାଜ୍ୟ ସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ହେତୁ ଆଜି ପାଟଣାଗଡ଼ ଆଦିବାସୀ ସଂଘ ସହ ବିଭିନ୍ନ ସଂଘ ପକ୍ଷରୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ପାଟଣାଗଡ଼ ରାମପୁର ଠାରୁ ବ୍ରହ୍ମପୁରା ସୁଭଦ୍ରା ଭବନ ପର୍ଯ୍ୟନ୍ତ ଆଦିବାସୀ ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ସହ ଧୁମାଭଟା ଛକ ଠାରେ ଥିବା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ବ୍ରହ୍ମପୁରା ସ୍ଥିତ ଶୁଭଦ୍ରା ଭବନ ଠାରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆୟୋଜିତ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଆଦିବାସୀ ସଂଘ ବ୍ଳକ ସଭାପତି ଅଷ୍ଟରତ୍ନ ବରିହା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସେଥିରେ ଏନ୍ ଏ ସି ସଭାପତି ଚନ୍ଦ୍ର ମଣି ଶବର, ଲକ୍ଷେ ଘର ଗଣ୍ଡା ସମାଜ ର ଦିଗଶନ ନନ୍ଦ, ଆଦିବାସୀ କଲ୍ୟାଣ ସଂଘର ଉପଦେଷ୍ଟା ପୁରୋଷୋତ୍ତମ ଧରୁଆ ଉପସ୍ଥିତ ଥିଲେ। ପାଟଣାଗଡ଼ ବ୍ଳକ ସରପଞ୍ଚ ସଂଘ , ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଯୁବ ପତ୍ରକାର ସଂଘ , ପ୍ରେସ କ୍ଳବ ସାମ୍ବାଦିକ ସଂଘ,ଉପଖଣ୍ଡ ସାମ୍ବାଦିକ ସଂଘ, ଓ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଦଲିତ, ପଛୁଆବର୍ଗ, ଆଦିବାସୀ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ର ତଥା ଚାଷ ମାନଙ୍କ ସମସ୍ୟା , ଶିକ୍ଷା ,ସ୍ଵାସ୍ଥ୍ୟ , ରାସ୍ତା, ପାନୀୟ ଜଳ ଆଦି ସମସ୍ୟା ର ସମାଧାନ ଏବଂ ଅଞ୍ଚଳର ବିକାଶ ତଥା ସମଗ୍ର ପଶ୍ଚିମ ଓଡ଼ିଶା ବିକାଶ ଦିଗରେ ପ୍ରସଙ୍ଗ ଉଠାଇବି ବୋଲି ମତବ୍ୟକ୍ତ କରିଥିଲେ । ଅଞ୍ଚଳ ର ବିକାଶ ଦିଗରେ ସମସ୍ତ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ । ଏଥିରେ ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ ,ମରୁଆଁ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସନ୍ତୋଷିନୀ ବିଶି , ଆଦିବାସୀ କଲ୍ୟାଣ ସଂଘ ସଂପାଦକ ସାରଥୀ ବାଗ, ଧବଲେଶ୍ବର ଭୋଇ , ଘନ ଭୋଇ, ଲଲିତ ମଲ୍ଲିକ,ଲେକୃ ଧରୁଆ, ଗନ୍ଧର୍ବ ବରିହା ,କ୍ଷମା ବରିହା , ଗୌରୀ ଶଙ୍କର ବରିହା , ବିପିନ ବରିହା ,ମେଘବର୍ଗେ ,ଗଦି ବରିହା ଙ୍କ ସମେତ ୨ ହଜାର ରୁ ଉର୍ଦ୍ଧ୍ବ ଆଦିବାସୀ , ନିର୍ବାଚିତ ଜନ ପ୍ରତିନିଧି , ଜନସାଧାରଣ ସାମିଲ ହୋଇଥିଲେ । ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ସଭା ପରିଚାଳନା ଧନ୍ୟବାଦ ଅର୍ପଣ କରିଥିଲେ। ବଲାଙ୍ଗୀର ରୁ ଜଗନ୍ନାଥ ଧରୁଆ ଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ
Related Stories
December 1, 2024
November 25, 2024