ବରୀ (ରତ୍ନଗିରି) ୧୮/୧୨ : ବରୀ ବ୍ଲକ୍ ଅନ୍ତର୍ଗତ ଅଲିପୁର ପଞ୍ଚାୟତର ଭବାନୀପୁର ଗ୍ରାମର ରବିନ୍ଦ୍ରନାଥଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୂଡାନ୍ତ ତାଲିକାରେ ଥିଲା । ମାତ୍ର ଦାୟିତ୍ୱରେ ଥିବା ତଦନ୍ତକାରୀ ଅଧିକାରୀମାନଙ୍କ ତୃଟି ଯୋଗୁ ତାଙ୍କ ନାମ ଏହି ତାଲିକାରୁ ବାଦ୍ ଦେବା ପରେ ରବିନ୍ଦ୍ରନାଥ ଗତ ତା୧୧/୧୨/୨୦୨୩ରିଖରେ ବରୀ ବ୍ଲକ୍ଠାରେ ଅନୁଷ୍ଟିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଲିଖିତ ଅଭିଯୋଗ କରି ଏକ ସପ୍ତାହ ମଧ୍ୟରେ ଆବାସ ପ୍ରଦାନ କରାନଗଲେ ମୁଁ ମୋର ବିଧବା ମା’ ଓ ଦିବ୍ୟାଙ୍ଗ ଭଉଣୀଙ୍କୁ ନେଇ ଆମରଣ ଅନଶନରେ ବସିବା ନେଇ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶା, ୫ଟି ଅଧ୍ୟକ୍ଷ, ଜିଲ୍ଲାପାଳ ଯାଜପୁର, ବିଡ଼ିଓ ବରୀ, ତହସିଲଦାର ବରୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଥାନା ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ । ସୋମବାର ଦିନ ରବିନ୍ଦ୍ର ତାଙ୍କ ପରିବାର ସହ ବ୍ଲ୍କ୍ କାର୍ଯ୍ୟାଳୟ ପରିସରେ ବସିଥିବାବେଳେ ଯୁବ ସମାଜସେବୀ ବିବେକାନନ୍ଦ ନାଥ, ଯାଜପୁର ଜିଲ୍ଲା ସମାଜସେବୀ ମହାସଂଘର କର୍ମକର୍ତ୍ତା ଜନ୍ମେଜୟ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ନ୍ୟାୟ ଦାବିରେ ରବିନ୍ଦ୍ରଙ୍କୁ ସର୍ମଥନ ଜଣାଇ ଅନଶନରେ ସାମିଲ ହୋଇଥିଲେ । ଅପରାହ୍ନରେ ଘଟଣାସ୍ଥଳରେ ବରୀ ମଣ୍ଡଳ ଉନ୍ନୟନ ଅଧିକାରୀ ପଞ୍ଚାନନ ମଲିକ, ବରୀ ତହସିଲଦାର ସାଇ ଶ୍ରୀ ଲୋକନାଥ ସେଠୀ, ବରୀ ରାମଚନ୍ଦ୍ରପୁର ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠୀ ଏବଂ ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ବେହେରା ପହଞ୍ôଚ ଅନଶନକାରୀ ରବିନ୍ଦ୍ରଙ୍କୁ ବୁଝାସୁଝା କରିଥିଲେ ଏବଂ ପ୍ରତିଶୃତି ଦେଇଥିଲେ ଯେ ଆସନ୍ତ ଜାନୁୟାରୀ ୧୪ସୁଦ୍ଧା ତାଙ୍କ ପରିବାର ପାଇର୍ ସଂପୂର୍ଣ୍ଣ ସରକାରୀ ସହାୟତାରେ ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯିବା ସହ ଆଗାମୀ ଦିନରେ ଏହି ଦିବ୍ୟାଙ୍ଗ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପଦକ୍ଷେପ ନିଆଯିବ । ପ୍ରତିଶୃତି ପରେ ରବିନ୍ଦ୍ର ଅନଶନ ପ୍ରତ୍ୟାହାର କରିଥିଲେ ।
Related Stories
December 9, 2024
December 1, 2024