ବରୀ,୩୧l୧:(ରତ୍ନଗିରି ନ୍ୟୁଜ) ବରୀବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତ ପରମାନନ୍ଦପୁର ପଡିଆରେ ଏଲଏନସିସି କ୍ରିକେଟ ଆସୋସିଏସନ୍ ତରଫରୁ ଆୟୋଜିତ ରବୀନ୍ଦ୍ର ଆଣ୍ଡ ଅଜିତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଦିନ ଉଦଯାପିତ ହୋଇ ଯାଇଛି l ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକ ସମ୍ମାନିତ ଅତିଥି ଭାବେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ ଓ ଅନ୍ୟତମ ଅତିଥି ଭାବେ ବ୍ଲକ ସଭାପତି କେଦାର ଚନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି ସମାଜସେବି ପ୍ରସନ୍ନ କୁମାର ସାମଲ, ସ୍ଥାନୀୟ ସରପଞ୍ଚ ରେବତୀ ଜେନା, ଧାରପୁର ସରପଞ୍ଚ କୁନା ମଲିକ ପ୍ରମୁଖ ଯୋଗଦେଇ ଥିଲେ। ଖେଳ ପ୍ରାରମ୍ଭରେ ଜେଏମସିଟି ରିଶିପୁର ଦଳ ଟସ ଜିତି ବ୍ୟାଟିଂ ନେଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ଖେଳି ପାଞ୍ଚ ଉଇକେଟ ବିନିମୟରେ ୧୫୮ ରନ କରି ମାଟିଆପଡ଼ା ଦଳ ପାଇଁ ୧୫୯ ରନର ଟାର୍ଗେଟ ଦେଇଥିଲା l

ଦ୍ୱିତୀୟ ପାଳିରେ ଏମଏସଏସକେବି ମାଟିଆପଡ଼ା ଦଳ ୧୩ ଓଭର ଖେଳି ତାର ସମସ୍ତ ଉଇକେଟ ହରାଇ ମାତ୍ର ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା l ବିଜେତା ଦଳକୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମଲିକ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଅପ ଟିମକୁ ୧୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥଲେ। ସୌମ୍ୟଜିତ ଭୂୟାଁ ଏବଂ ମନୋଜ ଜେନା ଖେଳରେ ଅମ୍ପାୟାର ଥିବା ବେଳେ ପ୍ରଦିପ କୁମାର ଜେନା କମେଟେଣ୍ଟର ଦାୟିତ୍ୱ ତୁଲାଇଥିବା ବେଳେ ସ୍କୋରର ଦାୟିତ୍ୱରେ ଯତୀନ୍ଦ୍ର କୁମାର ଜେନା ଓ ଅଂସୁଭଦ୍ର ଜେନା ଥିଲେ। କ୍ଲବର ସଭାପତି ଓ କ୍ଲବର ସମସ୍ତ ସଦସ୍ୟ ଏହି ଖେଳ ପରିଚାଳନାରେ ସହଯୋଗ କରିଥିଲେ l

