ବରୀ (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତ ପରମାନନ୍ଦପୁର ଖେଳ ପଡିଆଠାରେ ଲକ୍ଷ୍ମୀ ନାରାୟଣ କ୍ରିକେଟ କ୍ଲବ ତରଫରୁ ଆୟୋଜିତ ରବୀନ୍ଦ୍ର ଆଣ୍ଡ ଅଜିତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର 23ତମ ସଂସ୍କରଣ ଗୁରୁବାର ଦିନ ଉଦଯାପିତ ହୋଇ ଯାଇଛି l ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ଓ ଅନ୍ୟତମ ଅତିଥି ଭାବେ ବାଲିଆ ସରପଞ୍ଚ ରେବତୀ ଜେନା, ସମିତି ସଭ୍ୟା ମାନସୀ ଦାସ ଯୋଗଦେଇ ଥିଲେ l ଖେଳ ପ୍ରାରମ୍ଭରେ ଉଦୟଗିରି ଟସ ଜିତି ବ୍ୟାଟିଂ ନେବାକୁ ସ୍ଥିର କରିଥିଲା l ଉଦୟଗିରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ କୋଡିଏ ଓଭର ମଧ୍ୟରୁ ୧୯.୧ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୪୬ ରନ କରିଥିଲା l ଏହାର ଜବାବରେ ଦ୍ୱିତୀୟ ପାଳିରେ ଅରେଇକଣା ଦଳ ୭ ଉଇକେଟ ହରାଇ ୧୭.୨ ଓଭର ଖେଳି ୧୫୨ ରନ କରି ଚଳିତ ବର୍ଷର ଚାମ୍ପିୟନ ହୋଇଥିଲା l ବିଜେତା ଦଳକୁ ମୁଖ୍ୟ ଅତିଥି ବିଧାୟିକା ସୁନନ୍ଦା ଦାସ ଏବଂ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ ୧୧ ହଜାର ଏକ ଶହ ଏଗାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଅପ ଟିମକୁ ୬ ହଜାର ଛଅ ଶହ ଛଅଷଠି ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ l ଫାଇନାଲ ମ୍ୟାଚ ଖେଳଟିକୁ ଦୀପକ ଜେନା ଏବଂ ମନୋଜ ଜେନା ପରିଚାଳନା କରି ଥିବା ବେଳେ ଜୀବନ ଜ୍ୟୋତି ଜେନା ଓ ପ୍ରଦୀପ କୁମାର ଜେନା କମେଟେଣ୍ଟର ଦାୟିତ୍ୱ ତୁଲାଇଥିଲେ l
ସେହିପରି ମନୋରଞ୍ଜନ ଜେନା ଓ ପ୍ରଦୀପ କୁମାର ଜେନା ସ୍କୋରର ଦାୟିତ୍ୱରେ ଥିଲେ l କ୍ଲବର ସଭାପତି ବିନୋଦ ବିହାରୀ ଜେନା ଓ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l