ବରୀ,୩୦/୧(ନି.ପ୍ର): ପୁଷ୍ପଗିରି ଉଚ୍ଚ ବିଦ୍ୟାଳୟ ହଳଦୀବସନ୍ତର ବାର୍ଷିକୋତ୍ସବ ଓ ପୁରଷ୍କାର ବିତାରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଭେନ୍ଦୁ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବାର୍ଷିକ ଉତ୍ସବକୁ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଉକ୍ତ ବିଦ୍ୟାଳୟର ଶୁଭାକାଂକ୍ଷୀ ଦାତା ଡାକ୍ତର ଜ୍ୟୋତ୍ସ୍ନାରାଣୀ ଜେନା ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଗତ ମାଧ୍ୟମିକ ପୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତୀ ଛାତ୍ର ରୁଦ୍ରପ୍ରସାଦ ସାମଲ ଓ ଛାତ୍ରୀ ଅନୁଷ୍କା ମହାନ୍ତିଙ୍କୁ ଦିବଂଗତ ଡକ୍ଟର ରବିନ୍ଦ୍ରନାଥ ଜେନାଙ୍କ ପିତା ଓ ପିତୃବ୍ୟ ଜୟରାମ ଜେନା ଓ ଗୋଲଖ ଚନ୍ଦ୍ର ଜେନାଙ୍କ ସ୍ମାରକୀ ମେଧା ପୁରଷ୍କାର ଓ ଚିତ୍ରାଙ୍କନରେ ତିନି ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଘାଟିକା ଡାକ୍ତର ଜେନା ନଗଦ ଆକାରରେ ଅର୍ଥରାଶି ପୁରଷ୍କାର କରିଥିଲେ । ବିଦ୍ୟାଳୟକୁ ସେ ଦେଇଥିବା ୨ଲକ୍ଷ ଟଙ୍କାର ସ୍ଥାୟୀ ଜମାର ସୁଧରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଉତ୍ସବରେ ମୁଖ୍ୟଅତିଥିରୂପେ ଶିକ୍ଷାବିତ୍ ସାହିତ୍ୟିକ ଭାଗ୍ୟଧର ସାହୁ, ମୁଖ୍ୟବକ୍ତା ରୂପେ ଏହି କୃତି ଛାତ୍ର ତଥା ଓଡ଼ିଶା ସରକାରଙ୍କ ଗଣତ ଓ ପ୍ରୟୋଗ ନିର୍ଦ୍ଦେଶକ ଡକ୍ଟର ଯଶୋବନ୍ତ ଜେନା ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିରୂପେ ଶ୍ରମିକ କର୍ମଚାରୀ ନେତା ସ୍ତମ୍ବକାର କିଶୋର ଜେନା, ବିଦ୍ୟ।।ଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଦାସ, ନାରାୟଣ ଚନ୍ଦ୍ର ମଲିକ ଓ ଶିକ୍ଷାବିତ୍ ମକର ଚରଣ ଘଡାଇ, ମୋ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡାକ୍ତର ରବିନ୍ଦ୍ର କୁମାର ଜେନା ଏବଂ ସ୍ଥାନୀୟ ପଂଚାୟତ ସମିତିସଭ୍ୟା ଶାନ୍ତିଲତା ଦଳାଇ ଯୋଗ ଦେଇ ପ୍ରବନ୍ଧ, ବ୍ରକ୍ତୃତା, ସଙ୍ଗୀତ, କ୍ରୀଡା ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରି ସୁଶ୍ରୀ ସଙ୍ଗୀତା ମହାପାତ୍ର ସଂଯୋଜନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସଂଗ୍ରାମ କୁମାର ବେହେରା, ଶୁଭଶ୍ରୀ ଶୁଭଦର୍ଶନୀ ବେହେରା, ସଲମା ଟୁଡୁ, ଅନୁସୟା ବେହେରା, ସୁଧାଂଶୁ ଶେଖର ସାମଲ, କର୍ମଚାରୀ ସୁବାଷ ଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ସାହୁ, ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Related Stories
December 9, 2024
December 1, 2024