ପୁଣ୍ୟତୋୟାର ନୂଆବର୍ଷ କବିତା ଆସର

ବରୀ(ରତ୍ନଗିରି ନ୍ୟୁଜ):କ୍ୟାଲେଣ୍ଡର ବଦଳିବା ସହ ବର୍ଷ ବଦଳେ । ବର୍ଷ ବଦଳିଲେ ଆମ୍ଭେ ସାଧାରଣତଃ ପହିଲା ତାରିଖକୁ ନୂଆ ବର୍ଷ ବୋଲି କହିଥାଉ । କିନ୍ତୁ ଜଣେ ସଫଳ ସ୍ରଷ୍ଟାର ସୃଷ୍ଟି କାଳଜୟୀ ହୋଇଥାଏ । ତାହା କ୍ୟାଲେଣ୍ଡର ବଦଳିବା ଭଳି ବଦଳେ ନାହିଁ ବୋଲି ବାଲିବିଲ ପଞ୍ଚାୟତର ଖେମେଶ୍ୱରସ୍ଥିତ ଶ୍ରୀଅରିବନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ପୁଣ୍ୟତୋୟାର ସାହିତ୍ୟ ସଂସଦର ନୂଆବର୍ଷ କବିତା ଆସରରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶନିବାର ଅପରାହ୍ନରେ କବି ତଥା ଅବସରପ୍ରାପ୍ତ ଶିକ୍ଷକ ଗୁରୁଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବକୁ ଶିଶୁ ସାହିତ୍ୟିକ ଡକ୍ଟର ଅଜୟ କୁମାର ଜେନା ସଂଯୋଜନା କରିଥିଲେ । ସମ୍ପାଦିକା ସବିତା ନାୟକ, ଶମ୍ବୁନାଥ ତ୍ରିପାଠୀ, ବରିଷ୍ଠ ଉପଦେଷ୍ଟା ମଦନମୋହନ ପତି, ମନମୋହନ ପାଢୀ, ନମିତା ଓଝା, ଜାନକୀ ବାରିକ, ଚିନ୍ମୟଦତ୍ତ ପାଢୀ, ଶୁଭଲକ୍ଷ୍ମୀ ରାୟ, କବିତା ବରାଳ ଏବଂ ଗୁରୁ ଚରଣ ମହାନ୍ତି ପ୍ରମୁଖ ନୂଆ ବର୍ଷ ଉପରେ ସ୍ୱରଚିତ କବିତା ପାଠ କରିଥିବାବେଳେ ପୁଣ୍ୟତୋୟାର ସମ୍ପାଦିକା ସବିତା ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *