ବରୀ (ରତ୍ନଗିରି ନ୍ୟୁଜ) : ରାଜ୍ୟ ସରକାରଙ୍କ ପକ୍ଷରୁ ଜନହିତକର ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇଥିବା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ବରୀ ବ୍ଲକ୍ ଅର୍ନ୍ତଗତ ଅମଠପୁର ପଞ୍ଚାୟତର କମ୍ପଗଡଠାରେ ସରପଞ୍ଚ ଚିତ୍ତରଂଜନ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରୀ ବିଡ଼ିଓ ପଞ୍ଚାନନ ମଲିକ ମୁଖ୍ୟଅତିଥିଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଅବଗତ କରାଇଥିଲା । ଏହି ପରିପ୍ରେକ୍ଷୀରେ ବିଗତ ଦିନମାନଙ୍କରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟ ସମ୍ପର୍କିତ ଏକ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମଟିକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ଚରଣ ଦାସ, ଗ୍ରାମରୋଜଗାର ସେବକ ଉତ୍କଳକେଶରୀ ନାୟକ ପରିଚାଳନା କରିଥିବାବେଳେ ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଏମ୍ବିକେ, ସିଆରପି, ୱାର୍ଡ ସଭ୍ୟସଭ୍ୟା ଏବଂ ଜନସାଧାରଣମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ ବିଶିଷ୍ଟ ଗାୟିକା ସୁଲୋଚନା ପଣ୍ଡା ଓ ସାଥି ପାଲା ପରିବେଷଣ କରିଥିବାବେଳେ ସିଦ୍ଧି ବାସୁଳାଇ ଘୋଡାନାଚ ଦଳର ମୁଖ୍ୟ ମଣିରାମ ସାହୁ ଓ ସାଥି ନୃତ୍ୟ ସଂଗୀତ ମାଧ୍ୟମରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପିଲାମାନଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ ଓ ଭଜନରେ ପରିବେଷିତ ନୃତ୍ୟ ଉପସ୍ଥିତ ଜନସାଧାରଣଙ୍କ ମନ ମୋହି ଥିଲା ।