ବରୀ(ରତ୍ନଗିରି ନ୍ୟୁଜ) : ବିଜୁଳି ବେହେରା ଫାଉଣ୍ଡେସନ ଆନୁକୁଲ୍ୟରେ ବରୀ ବ୍ଲକର ପ୍ରତିଭା ମାନଙ୍କ ଉଦ୍ଦ୍ୟେଶ୍ୟରେ ଇଶାଣପୁର ସ୍ଥ ଇଶାଣେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ଶିକ୍ଷାବିତ୍ ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରୀର ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗ୍ରାମାଂଚଳରେ ଯୁବକ ଓ ଛାତ୍ର ଛାତ୍ରୀଙ୍କୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ନିଶ୍ଚିତ ଉତ୍ସାହ ପ୍ରଦାନ କରିବ ବୋଲି କହିଥିଲେ । ତେବେ ବରୀର ଦୁଇଜଣ ଉଦ୍ଯୋଗୀ ଅବସର ପ୍ରାପ୍ତ ସୈନ୍ୟ ବିଭାଗର ଯୁବକ ତରୁଣ କୁମାର ଦାସ ,ଅଲିଆବାଦ ଓ ସୁରେନ୍ଦ୍ର କୁମାର ସାହୁ , ଅଭିମନ୍ୟୁ ବାଲିଆ ନିଜର ଅବସର ପରେ ଛାତ୍ର ଛାତ୍ରୀ ଓ ଯୁବକ ମାନଙ୍କୁ ମାଗଣାରେ ନିଜର ଶିକ୍ଷା ପ୍ରଦାନ କରି ଏକ ଐତିହ୍ୟ ସମ୍ପନ୍ନ କାର୍ଯ୍ୟ କରୁଥିବାରୁ ଅନୁଷ୍ଠାନ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲା ।
ଏତଦ୍ ଭିନ୍ନ ଚଳିତ ବର୍ଷ ମେଡିକାଲ ପାଇ ନାଥପୁର ଗ୍ରାମର ପୁଅ ତଥା ଇଶାଣେସ୍ୱରୀ ହାଇସ୍କୁକର ପୂର୍ବତନ ଛାତ୍ର ସୁଧାଂଶୁ ଜେନା,ବରୀ କମ୍ପଗଡ ଗ୍ରାମର ତଥା ଚିତ୍ରାଙ୍କନ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିବା ବରୀ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସାଇଜ୍ୟୋତି ପଣ୍ଡା ,କ୍ରୀଡା କ୍ଷେତ୍ରରେ ରାଜ୍ୟ ସ୍ତରକୁ ନିର୍ବାଚିତ ହୋଇ ଥିବା ୩ ଜଣ ଛାତ୍ର ଛାତ୍ରୀ ଦିପ୍ତିମୟୀ ଦାସ, ସାଗର ଶ୍ୟାନ୍ତି , ହିଂମାଶୁ କୁମାର ଜେନା ବରୀ ଅଂଚଳର ନାମ ରଖିଥିବାରୁ ସେମାନଙ୍କୁ ମାନପତ୍ର ଉପଢୈାକନ ଓ ପୁଷ୍ପଗୁଚ୍ଛ ଦେଇ ବିଧାୟୀକା ଶ୍ରୀମତୀ ଦାସ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସଂପାଦକ କର୍ଣ୍ଣଚନ୍ଦ୍ର ଘଡେଇ ବିବରଣୀ ପାଠ କରିଥିଲେ । ଅନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷକ ନେତା ଲୋକନାଥ ଦାସ, ଡ. ନୃଷିହଂ ଚରଣ ବେହେରା, ଇଶାଣପୁର ସରପଂଚ ମାମିନା ଦାସ ସମିତି ସଭ୍ୟ ଚିନ୍ତାମଣି ଜେନା,ବଳରାମ ପଣ୍ଡା, ସେନ୍ତାଷ କୁମାର ଦାସ,କପିଳ ଚରଣ ସାମଲ,ଗଙ୍ଗାଧର ପରିଡା ,ନଟବର ଜେନା,ଅକ୍ଷୟ କୁମାର ଘଡାଇ, ଶରତ କୁମାର ଜେନା , ଜନ୍ମଜୟ ଘଡାଇ , କବି କିଶୋର ଘଡାଇ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀ , ଯୁବ ବନ୍ଧୁ ମାନଙ୍କୁ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ୨୦୨୨, ଅଗଷ୍ଟ ମାସରେ ନୂଆ କରି ଗଢିଉଠିଥିବା ବିଜୁଳି ବେହେରା ଫାଉଣ୍ଡେସନର ଏପରି କାର୍ଯ୍ୟକ୍ରମକୁ ସାଧାରଣରେ ଭୂୟସୀ ପ୍ରସଂସା କରାଯାଇଛି ।