ବରୀ (ରତ୍ନଗିରି ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୀନ ଚଳିତ ବର୍ଷ ଧାରପୁର ପ୍ରାଥମିକ କୃଷି ସମବାୟ ସମିତି ନିଜର ଧାନମଣ୍ଡି ଆରମ୍ଭ କରିଥିଛି l ଶୁକ୍ରବାର ଦିନ ସଭାପତି ରାଜେନ୍ଦ୍ର ଜେନାଙ୍କ ପ୍ରତେକ୍ଷ ତତ୍ତ୍ଵାବଧନରେ ଖୋଲିବା ସହ ସଂପାଦକ ରଞ୍ଜନ କୁମାର ବିଶ୍ୱାଳଙ୍କ ସହଯୋଗରେ ଧାନ ମଣ୍ଡି ଖୋଲାଯାଇ ଚାଶୀ ମାନଙ୍କ ନିକଟରୁ ଧାନ କ୍ରୟ କରାଯାଇଅଛି l ପ୍ରଥମ ଦିନରେ ୨୩୦ କୁଈଣ୍ଟାଲ ଧାନ କ୍ରୟ କରିଥିବା ବେଳେ ମୋଟ ଦଶ ଜଣ ଚାଷୀ ଶାନ୍ତି ଶୃଙ୍ଖଳାର ସହ ଧାନ ଦେଇଥିବା ଜଣାଯାଇଛି। ତେବେ ଚଳିତ ବର୍ଷ ମାର୍ଚ୍ଚ ଶେଷଶୁଦ୍ଧା ମୋଟ ତିନି ହଜାର କୁଈଣ୍ଟାଲ ଧାନକ୍ରୟ କରିବା ନେଇ ସଭାପତି ଶ୍ରୀ ଜେନା ମତବ୍ୟକ୍ତ କରିଛନ୍ତି ।
ଧାରପୁର ଧାନମଣ୍ଡି ମାଧ୍ୟମରେ ଚାଷୀ ମାନେ ଶାନ୍ତି ଶୃଙ୍ଖଳାର ସହକାରେ ନିଜ ନିଜର ଧାନ ବିକ୍ରି କରିପାରୁ ଥିବାରୁ
ଚାଷୀ ମହଲରେ ଏକ ପ୍ରକାରର ନୂତନ ଉତ୍ସାହ ଦେଖିବା ପାଇଁ ମିଳିଛି। ବିଶିଷ୍ଟ ଚାଷୀ ମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ଜେନା,ସୁଧାଂଶୁ ଜେନା,ମନୋରଞ୍ଜନ ଜେନା,ପ୍ରଫୁଲ ଜେନା,ହର୍ଷ ବର୍ଦ୍ଧନ ଜେନା,ରବୀନ୍ଦ୍ର ଜେନା, ଗଦାଧର ଜେନା ପ୍ରମୁଖ ମତବ୍ୟକ୍ତ କରିଛନ୍ତି । ସେବା ସମବାୟ ସମିତି କମିଟିର ସଭ୍ୟ ଅରୁଣ ଜେନା, ସୁନନ୍ଦ ଜେନା, ଶ୍ରୀକାନ୍ତ ଜେନା, ଖିରୋଦ ମଲିକ, ମୁକୁନ୍ଦ ସାମଲ, ହୃଷିକେଶ ଦାସ, ଜାନକୀ ଜେନା ଓ ଉପସଭାପତି କାବେରୀ ସାମଲ ପ୍ରମୁଖ ଉପସ୍ଥିତ ରହି ମଣ୍ଡି ପରିଚାଳନାରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ପ୍ରଥମ ଦିନର ଧାନ ମହାବଳି ରାଇସମିଲ ଚଣ୍ଡୀଖୋଲ କ୍ରୟ କରିଛି ।