ବରୀ(ରତ୍ନଗିରି ନ୍ୟୁଜ) : ଏ ବିଜୟ ମୋର ନୁହେଁ, ଯେଉଁମାନେ ମୋତେ ଭରଷା କରି ବିପୁଳ ସଂଖ୍ୟାରେ ଭୋଟ ଦେଇ ପଞ୍ଚାୟତର ସରପଞ୍ଚ କରାଇଛନ୍ତି ସେହି ଭୋଟର ଭଗବାନଙ୍କର ବିଜୟ ବୋଲି ସରପଞ୍ଚ ଦାୟିତ୍ୱ ନେବା ଅବସରରେ କହିଛନ୍ତି ବଡବାଲିକୁଦା ସରପଞ୍ଚ ପ୍ରିୟମ୍ବଦା ଜେନା । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୭୩୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ ଶ୍ରୀମତୀ ଜେନା । ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ର ବଡବାଲିକୁଦା ପଞ୍ଚାୟତର ସରପଞ୍ଚ ଭାବେ ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିଜ ସର୍ମଥକମାନଙ୍କ ସହ ବାହାରି ଗ୍ରାମ ଦେବତୀ ମା ତାରିଣୀଙ୍କୁ ଦର୍ଶନ କରିବା ପରେ ଏକ ଶୋଭାଯାତ୍ରାରେ ଯାଇ ବାଞ୍ଛାବଟ ମଠ ପରିସରରେ ଥିବା ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ପରେ ସେଠାରୁ ସେ ପଞ୍ଚାୟତ କାର୍ଯ୍ୟାଳୟରେ ପହଁଞ୍ôଚଥିଲେ ।
ସେଠାରେ ପଞ୍ଚାୟତ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଅଧିକାଂଶ ୱାର୍ଡ ସଭ୍ୟସଭ୍ୟା, ଅବସରପ୍ରାପ୍ତ ଶିକ୍ଷକ ତଥା ନବ ନିର୍ବାଚିତ ସରପଞ୍ଚଙ୍କ ପ୍ରତିନିଧି ତ୍ରଲୋକ୍ୟ ଜେନାଙ୍କ ସମେତ ମନୋରଂଜନ ଜେନା, ଶିବପ୍ରସାଦ ସ୍ୱାଇଁ, ମଧୁସୂଦନ ସ୍ୱାଇଁ, ପ୍ରଭାକର ଜେନା, ଶଶୀଭୂଷଣ ଜେନା, ମଦନ ମୋହନ ଜେନା, ପ୍ରେମାନନ୍ଦ ରାଉତ, ପଙ୍କଜ ରାଉତ, ଆଲୋକ ଜେନା, ବିକାଶ ଦାସ, ସୁନାକର ଜେନା, ରମାକାନ୍ତ ସାମଲ ଓ ବହୁ ସର୍ମଥକ ଉପସ୍ଥିତ ଥିଲେ ।