ବରୀ(ରତ୍ନଗିରି ନ୍ୟୁଜ)୧୧/୧୨ :ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଚଳିତ ମାସ ୧୫ ତାରିଖ ଦିନ ଯାଜପୁର ଠାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି । ଏହି ଉପଲକ୍ଷେ ଆଜି ବରୀ ବ୍ଲକ୍ ପ୍ରଶାସନ ପକ୍ଷରୁ ଜନପ୍ରତିନିଧିମାନଙ୍କୁ ନେଇ ଏକ ପ୍ରାକ୍ ପ୍ରସ୍ତୃତି ବୈଠକ ବରୀ ବିଡିଓ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ତରରେ ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ କରିବା ପରେ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ଏହା ବଣ୍ଟନ କରାଯିବ । କୋଭିଡ ପ୍ରୋଟକଲକୁ ଦୃଷ୍ଟିରେ ରଖି ହିତାଧିକାରୀମାନେ କିପରି ସେମାନଙ୍କ ସ୍ୱାସ୍ଥ୍ୟକାର୍ଡ ପାଇପାରିବେ ସେ ସମ୍ପର୍କରେ ବରୀ ବିଧାୟିକା ସୁନନ୍ଦା ଦାସପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ବ୍ଲକ୍ ଅଧ୍ୟକ୍ଷା ସୁଭାଶିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସରପଞ୍ଚ ନୃସିଂହ ଚରଣ ସ୍ୱାଇଁ, ସବିତା ସାମଲ, ସୁଶାନ୍ତ କୁମାର ମଲିକ, ଟି ରୋଜାଲିନ ଶ୍ୟାନ୍ତି, ସରୋଜିନୀ ପଣ୍ଡା, ପ୍ରବୀର କୁମାର ଜେନାଙ୍କ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ ।
Related Stories
December 9, 2024
December 1, 2024