ବରୀ (ରତ୍ନଗିରି ନ୍ୟୁଜ) :ବରୀ ବ୍ଲକ ସ୍ତରୀୟ ପୁସ୍ତକ ମେଳା କରିବା ପାଇଁ ସ୍ଥାନୀୟ ସନ୍ଥନ ମହାବିଦ୍ୟାଳୟରେ ଡାକ୍ତର ରାଜ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରସ୍ତୁତି ବୈଠକରେ ବହୁ କବି, ଲେଖକ, ଛାତ୍ର, ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ପୁସ୍ତକ ମେଳାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଉକ୍ତ ପୁସ୍ତକ ମେଳାରେ ସାହିତ୍ୟଚର୍ଚ୍ଚା ସହ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟ୍ୟମରେ ଜାଗରଣ ସୃଷ୍ଟି କରିବା ସହ କବିତା ପାଠୋତ୍ସବ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଗଲା। ସାଂସ୍କୃତିକ ସାମାଜିକ ଓ ସାହିତ୍ୟ ଅନୁଷ୍ଠାନ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ କରିବାକୁ ସ୍ଥିର କରାଗଲା। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ବରୀ ସାହିତ୍ୟ ସଂସ୍କୃତି ପରିଷଦ ନାମରେ ଏକ ନୂତନ ସଂଗଠନ ଗଠନ କରାଯାଇଅଛି। ଉକ୍ତ ବୈଠକରେ ଶିକ୍ଷାବିତ କୁଳମଣି ଶୁକ୍ଳ, ପ୍ରାକ୍ତନ ଅଧ୍ୟାପକ ସୁବାଷ ବିଶ୍ୱାଳ, ଅଭୟ କୁମାର ଶତପଥୀ, ସତ୍ୟରଞ୍ଜନ କର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ମତାମତ ରଖିଥିଲେ। ସନ୍ଥନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଦାଶ ଧନ୍ୟବାଦ ଦେଇଥିଲେ l
Related Stories
November 3, 2024
November 3, 2024