ଯାଜପୁର /ବ୍ୟାସନଗର/କୋରେଇ,(ରତ୍ନଗିରି ନ୍ୟୁଜ) . ଓଡ଼ିଆ ସାହିତ୍ୟର ସର୍ବ ସୌଷ୍ଠବ ମଣ୍ଡିତ ଭୀଷ୍ମ ସମ ଶ୍ରେଷ୍ଠ ରଥି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନିତ ବର୍ଷୀୟାନ ସାରସ୍ଵତ ସାଧକ ନବ କିଶୋର ପଣ୍ଡାଙ୍କର ଗତ ତା ୧୮/୦୨/୨୦୨୫ରିଖ , ମଙ୍ଗଳ ବାର ଦିନ ଇହଲୀଳା ସାଙ୍ଗ ହୋଇଥିଲା। ତାଙ୍କ ଲୀଳା କ୍ଷେତ୍ର ବରହଟା (ରାମବାଗ) ଠାରେ ତାଙ୍କ ଦେହାବସାନ ଦ୍ୱାଦଶାହ ସ୍ମୃତି ସଭା ଆସନ୍ତା ତା୦୧/୦୩/୨୦୨୫ ରିଖ ,ଶନିବାର ଦିବା ୧୧ଘଟିକା ଠାରୁ ଅପରାହ୍ନ ୦୪ ଘଟିକା ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ଇତି ମଧ୍ୟରେ ହୋଇ ଯାଇଅଛି। ଏହି ସ୍ମୃତି ସଭାରେ ସ୍ୱର୍ଗତଃ ନବକିଶୋର ପଣ୍ଡାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ତଥା ଓଡ଼ିଶାର ବହୁ ବିଶିଷ୍ଟ ସାରସ୍ଵତ ସାଧକ ମାନେ ଯୋଗ ଦାନ କରିବେ। ଏ ସମ୍ପର୍କରେ ସବିଶେଷ ବିବରଣୀ ନିମନ୍ତେ ସ୍ମୃତି କମିଟିର ଆବାହକ ଶ୍ରୀଯୁକ୍ତ ଭୁବନ ମୋହନ ମହାନ୍ତି, ଅଧ୍ୟାପକ ଡଃ ଚିନ୍ମୟ ଦାଶ, ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକଙ୍କ ସହ ଦୂରବାଣୀ ସଂଖ୍ୟା ୯୪୩୯୧୪୩୨୪୫ / ୮୩୨୮୮୭୬୦୩୮ / ୭୦୦୮୩୫୨୨୨୮ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ସ୍ମୃତି କମିଟି ପକ୍ଷରୁ ନିବେଦନ କରାଯାଇଛି।

