ଦିଗପହଣ୍ଡି(ରତ୍ନଗିରି ନ୍ୟୁଜ): ସ୍ଥାନୀୟ ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୂର୍ଯ୍ୟ ନାରାୟଣ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକରେ ଖେମୁଣ୍ଡି ଚିତ୍ର ଶିଳ୍ପୀ ସଂଘ ଓ ଲୋକ ସେବା ପରିଷଦ ପକ୍ଷରୁ ଆଗାମୀ ଜୁଲାଇ ୩ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ଚିତ୍ର କଳା କ୍ୟାମ୍ପ ଚନ୍ଦ୍ର ଚୁଡ଼େଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବା ସହ ୫.୬.୭ ତାରିଖରେ ଚିତ୍ର କଳା ପ୍ରଦର୍ଶନ ବଜାର ଗାନ୍ଧୀ ଛକ ଠାରେ ଅନୁଷ୍ଠିତ ହେବ. ଆଜିର ଏହି ବୈଠକରେ କର୍ମକର୍ତ୍ତା ନିର୍ବାଚନ ହେଲା. ସଭାପତି ରୂପେ ବରିଷ୍ଠ ଚିତ୍ର ଶିଳ୍ପୀ ସୂର୍ଯ୍ୟ ନାରାୟଣ ଦାସ, ଉପ ସଭାପତି ରୂପେ ଅମର ନାୟକ, ସମ୍ପାଦକ ରୂପେ ପ୍ରଭାତ ଚନ୍ଦ୍ର ପାଢ଼ୀ, ସହ ସମ୍ପାଦକ ରୂପେ ଅନିଲ କୁମାର ସାହୁ, କୋଷାଧକ୍ଷ ରୂପେ ସୁରେନ୍ଦ୍ର ମାର୍ଥା ନିର୍ବାଚିତ ହୋଇଛନ୍ତି. କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଶିବ ପ୍ରସାଦ ସାହୁ, ଗିରିଶ ଚନ୍ଦ୍ର କବି, ସନ୍ତୋଷ କୁମାର ପାଢ଼ୀ, ବାଙ୍କ ବିହାରୀ ଦାସ, ଦିଲ୍ଲୀପ କୁମାର ସେନ, ସୁଶୀଲ ନାୟକ, ସୁଶାନ୍ତ ବେଜ, ମାନସ୍ବିନୀ ନାହାକ, ରବୀନ୍ଦ୍ର ରଣା, ବୁଦ୍ଧିଆ ମହାପାତ୍ର, ଅରୁଣ କୁମାର ସାହୁ ୧୧ ଜଣିଆ ସଭ୍ୟ ମନୋନୀତ କରାଯାଇଛି. ଉପଦେଷ୍ଟା ଭାବେ ରାମାନୁଜ ପଟ୍ଟନାୟକ ଓ ଲଷ୍ମୀଧର ମହାପାତ୍ର ରହିଥିବା ବେଳେ ଆବାହକ ରୂପେ ଆଇନଜୀବୀ କୁରେଶୁ ପଣ୍ଡା ରହିଛନ୍ତି l
Related Stories
December 9, 2024
December 1, 2024