ରସୁଲପୁର (ରତ୍ନଗିରି ନ୍ୟୁଜ): ଓଡିଶାରେ ଫେଶନ୍ ଶୋ ରେ ଅଂଶଗ୍ରହଣ କରି ଗୋଟିକ ପରେ ଗୋଟିଏ ସଫଳତା ହାସଲ କରୁଛନ୍ତି ପ୍ରଣତି ପତି l ବିଭିନ୍ନ ଶୋ ରେ ଅଂଶ ଗ୍ରହଣ କରି ବିଜେତା ହେଉଥିବା ପ୍ରଣତିଙ୍କୁ ମିଳୁଛି ଅନେକ୍ ଶୁଭେଚ୍ଛା ଓ ପ୍ରଶଂସା l ଯାଜପୁର ଜିଲ୍ଲା ଜେନାପୁର ଥାନା ବଲରାମପୁର ତଳଗଡ଼ ଅଞ୍ଚଳର ପ୍ରଣତି ପେଶାରେ ଜଣେ ଗ୍ରାମ ରୋଜଗାର ସେବକ ଭାବେ ରସୁଲପୁର ବ୍ଲକରେ କାର୍ଯ୍ୟ କରୁଛନ୍ତି l କାର୍ଯ୍ୟବ୍ୟସ୍ତତା ଭିତରେ ଥାଇ ମଧ୍ୟ ଫେସନ ଶୋ ପ୍ରତି ଆଗ୍ରହ ରଖିଥିବା ପ୍ରଣତି ଛୁଟି ଦିନ ମାନଙ୍କରେ ବିଭିନ୍ନ ଶୋ ରେ ସାମିଲ ହୋଇ ଅଞ୍ଚଳ ପାଇଁ ଗୌରବ ବୃଦ୍ଧି କରିବାରେ ସଫଳ ହେଉଛନ୍ତି l ଗତ 2023 ମସିହାରେ କଳିଙ୍ଗ କଳାକେନ୍ଦ୍ର ମାଧ୍ୟମରେ ଅନୁଷ୍ଠିତ ଗ୍ଲାମରସ ଆୱାର୍ଡର ବିଜେତା ହୋଇ ବେଶ୍ ପ୍ରତିଷ୍ଠା ଅର୍ଜନ କରିଥିଲେ l ସେହିପରି ଟ୍ଵିଙ୍କିଲ ଏକାଡେମୀ ବ୍ରହ୍ମପୁର ପକ୍ଷରୁ ହୋଇଥିବା ଫେସନ୍ ସୋ ପ୍ରତିଯୋଗୀତାରେ ସେ ହୋଇଛନ୍ତି ଓଡିଶା କୁଇନ୍ ବିଜେତା l ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଅଞ୍ଜଳି ସୋସିଆଲ ଆୱାରନେସ୍ ପ୍ରୋଗ୍ରାମରେ ଅଂଶଗ୍ରହଣ କରି ସୋ ଟପର ଭାବେ ସମ୍ମାନୀତ ହୋଇଛନ୍ତି l
ଏହି ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡିଓ ହୋଟେଲ ଗ୍ରୀନ ଷ୍ଟାର ଇନ ରେ ଆୟୋଜିତ ହୋଇଥିବା ଦ ରାଇଜିଙ୍ଗ ଷ୍ଟାର ଏକାଡେମୀ ଏଣ୍ଡ ରାଜ ଷ୍ଟୁଡିଓ ପ୍ରାୟୋଜିତ ପ୍ରାଇଡ ଅଫ ଓଡିଶା ସିଜନ ୱାନ ଫେସନ ଶୋର ମଧ୍ଯ ବିଜେତା ହୋଇଛନ୍ତି ପ୍ରଣତି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରୁଣାକର ମୁଦୁଲି, ସମ୍ମାନୀତ ଅତିଥି ଭାବେ ପୂର୍ଣ୍ଣ ଲଷ୍ମୀ ମୁଦୁଲି,ଉଷା ରାଣୀ ମହାପାତ୍ର, ବନ୍ଦିତା ତ୍ରିପାଠୀ, ପୁଷ୍ପିତା ମିଶ୍ର,ରଶ୍ମିତା ଦଳାଇ ସାମଲ, ଅଜିତ ପାତ୍ର,ସମିତା ରାଣୀ ଆଚାର୍ଯ୍ୟ, ପୁଷ୍ପ ଲତା ପାଣିଗ୍ରାହୀ, ମାନ ଗୋବିନ୍ଦ ନାୟକ,ପ୍ରମୁଖ ଯୋଗ ଦେଇ ପ୍ରଣତିଙ୍କୁ ପୁରସ୍କୃତ କରିଥିଲେ l ଏଭଳି ସଫଳତା ପଛରେ ସ୍ଵାମୀ ମୃତ୍ୟୁଞ୍ଜୟ ରଥଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଥିବା କହିଛନ୍ତି ପ୍ରଣତି l